ଗୁଜୁରାଟରେ ୫-ଜି ଟେକନଲୋଜୀର ପରୀକ୍ଷଣ କଲା ଭୋଡାଫୋନ-ଆଇଡିଆ

ଭୁବନେଶ୍ୱର : ଦେଶର ଅଗ୍ରଣୀ ଟେଲିକମ୍ କଂପାନି ଭୋଡାଫୋନ ଆଇଡିଆ (ଭି) ପକ୍ଷରୁ ନିଜର ପ୍ରଯୁକ୍ତି ପାର୍ଟନର୍ ନୋକିଆ ସହିତ ମିଶି ଗୁଜରାଟର ଗାନ୍ଧୀନଗରରେ ସଫଳତାର ସହ ୫ଜି ଭଏସ୍ ଓଭର୍ ନିଉ ରେଡିଓ (ଭିଓଏନ୍ଆର୍)ର ପ୍ରଦର୍ଶନ କରାଯାଇଛି । ଏହା ଜରିଆରେ କଂପାନି ଏହାର ଗ୍ରାହକମାନଙ୍କୁ ୫ଜି ରେ ହାଇ-ଡେଫିନେସନ୍ ଭଏସ୍ ଅନୁଭୂତି ପ୍ରଦାନ କରିବ । ଭାରତ ସରକାର ଆବଣ୍ଟନ କରିଥିବା ୫ଜି ସ୍ପେକ୍ଟ୍ରମକୁ କମ୍ପାନି ପକ୍ଷରୁ ଗୁଜରାଟର ଗାନ୍ଧୀନଗର ଓ ମହାରାଷ୍ଟ୍ରର ପୁଣେରେ ପରୀକ୍ଷଣ କରାଯାଉଛି ।

ନୋକିଆର ଏୟାର୍ସ୍କେଲ୍ ୫ଜି ର୍ୟାନ୍, ୫ଜି କୋର୍ ଓ ଆଇପି ମଲ୍ଟିମିଡିଆ ସବସିଷ୍ଟମ ଭଳି ନୋକିଆର ବ୍ୟାପକ ସମାଧାନ ଜରିଆରେ ଭିଓଏନ୍ଆର ପରୀକ୍ଷଣ କରାଯାଇଛି । ଥରେ ବାଣିଜ୍ୟିକ ଭାବେ କାର୍ଯ୍ୟକାରୀ ହେବା ପରେ ଏହା ଉଭୟ ଭଏସ୍ ଓ ଡାଟାରେ ୫ଜି ନେଟ୍ୱର୍କରେ ବ୍ୟବହାରକାରୀମାନଙ୍କୁ ଭରସାଯୋଗ୍ୟ, କମ୍ ବିଳମ୍ବ ନେଟଓ୍ବାର୍କ  ପ୍ରଦାନ କରିବ ।

ନୋକିଆର ଭିଓଏନ୍ଆର୍ ସମାଧାନ ବ୍ୟାପକ ପ୍ରକାର ନୂଆ ଓ ରୋମାଂଚକ ଭଏସ୍ ଭିତ୍ତିକ ପ୍ରୟୋଗ ଯଥା ବାସ୍ତବ ସମୟରେ ଅନୁବାଦ, ଅଧିକ ଉନ୍ନତ ଅଗମେଣ୍ଟେଡ୍ ଆଣ୍ଡ୍ ଭର୍ଚୁଆଲ୍ ରିଅଲିଟି ମାମଲାରେ ବ୍ୟବହାର କରାଯାଇପାରିବ । ନୋକିଆର ଆଇଏମ୍ଏସ୍ ଭଏସ୍ କୋର୍ ସେବା ପ୍ରଦାନକାରୀମାନଙ୍କୁ ଭଏସ୍ ଭିତିକ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରି ରାଜସ୍ୱ ବଢ଼ାଇବାରେ ସହାୟକ ହେବ । ଏହା ପରିଚାଳନାରେ ଉନ୍ନତି ଆଣିବ ଓ ନେଟ୍ୱର୍କ ପରିଚାଳନା ଖର୍ଚ କମ୍ କରିବ ।

ସମ୍ବନ୍ଧିତ ଖବର