ବିକ୍ରେତା ଦାମ୍ କମାଇଲେ ଆମେ ଫି’ ହ୍ରାସ କରୁ: ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ: ଆମେରିକୀୟ କଂପାନି ୱାଲ୍‌ମାର୍ଟ ମାଲିକାନାରେ ଥିବା ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ ଏକ କୋର୍ଟଙ୍କୁ ଜଣାଇଛି ଯେ ଯେଉଁ ବିକ୍ରେତାମାନେ ସେମାନଙ୍କ ଉତ୍ପାଦର ମୂଲ୍ୟ ହ୍ରାସ କରନ୍ତି ସେମାନଙ୍କ ପାଇଁ ଆମେ ଆମର ଫି’ କମ୍ କରିଥାଉ। ଏଥିରେ ସମସ୍ୟା କେଉଁଠି ରହିଲା ‌ବୋଲି ଫ୍ଲିପ୍‌କାର୍ଟର ଆଇନଜୀବୀ ହରିସ ସାଲ୍‌ଭେ ପ୍ରଶ୍ନ କରିଛନ୍ତି। କର୍ଣ୍ଣାଟକର ଦକ୍ଷିଣ ଭାଗରେ ଥିବା ଏକ କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ସାଲ୍‌ଭେ ଏହି ପ୍ରଶ୍ନ କରିଛନ୍ତି। ପ୍ରତିଯୋଗିତା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ଉଭୟ ଫ୍ଲିପ୍‌କାର୍ଟ ଓ ଆମାଜନ୍ ବିରୋଧରେ ରହିଛି। ପ୍ରତିଯୋଗିତା କମିସନ ଏହାର ତଦନ୍ତ କରୁଛନ୍ତି। ଏହି ତଦନ୍ତ ଉପରେ ରୋକ ଲଗାଇବାକୁ ଦୁଇ କଂପାନି ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ଖାରଜ କରିଛନ୍ତି। ଉତ୍ପାଦ ଦାମ୍ ହ୍ରାସ କରିବା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନୀତିର ଉଲ୍ଲଂଘନ ବୋଲି ଭାରତୀୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର