ଓ୍ଵିଫିର ୧ଜିବି ସ୍ପିଡ୍‌ ପ୍ଲାନ୍‌

ଭୁବନେଶ୍ୱର: ଓ୍ଵିଫି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୧ଜିବି ସ୍ପିଡ୍‌ର ନୂଆ ପ୍ଲାନ୍‌ ବିଷୟରେ ଘୋଷଣା କରାଯାଇଛି। ରାଜ୍ୟର ଏହା ପ୍ରଥମ କଂପାନି ଯାହା ଏତେ ଦ୍ରୁତ ଗତିର ଇଣ୍ଟରନେଟ୍‌ ପ୍ରଦାନ କରୁଛି। ଦେଶର ମାତ୍ର ୪-୫ଟି ବଡ଼ ସହରରେ ୧ଜିବି ସ୍ପିଡ୍‌ର ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେଉଥିବା ବେଳେ ସେହି ବିରଳ ତାଲିକାରେ ଭୁବନେଶ୍ୱରକୁ ସାମିଲ କରିଛି ଓ୍ଵିଫି। ଏହା ଦ୍ୱାରା ଭୁବନେଶ୍ୱର ଗିଗା ସହରରେ ପରିଣତ ହୋଇଛି। ଏହି ପ୍ଲାନ୍‌ର ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଓ୍ଵିଫିର ନିର୍ଦେଶକ ପ୍ରଶାନ୍ତ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ, ଇଣ୍ଟରନେଟ୍‌ ବେଗରେ ଆଉ ଭୁବନେଶ୍ୱର ଅନ୍ୟ ସହରଗୁଡ଼ିକଠାରୁ ପଛରେ ରହିବ ନାହିଁ। ପୂର୍ବରୁ ୧୦୦୦ ଏବିପିଏସ୍‌ ବା ୧ ଜିବି ସ୍ପିଡ୍‌ର ଇଣ୍ଟରନେଟ୍‌ କେବଳ ମେଟ୍ରୋ ସହରରେ ମିଳୁଥିଲା। ଏବେ ଭୁବନେଶ୍ୱର ବାସିନ୍ଦା ସେହି ବେଗର ଇଣ୍ଟରନେଟ୍‌ ହାସଲ କରି ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି। ରାଜଧାନୀବାସୀ ଦ୍ରୁତ ଇଣ୍ଟରନେଟ୍‌ ଜରିଆରେ ଅନେକ କାର୍ଯ୍ୟ ସୁବିଧାରେ ଅନଲାଇନ୍‌ରେ କରିପାରିବେ।

ସମ୍ବନ୍ଧିତ ଖବର