ରାତ୍ର ଭୋଜନ ଖାଇଲା ପରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପର୍ଯ୍ୟବେକ୍ଷଣ ଗୃହର ୧୦୩ ଜଣ ଶିଶୁ

ବେଙ୍ଗାଲୁର: ଶିଶୁମାନଙ୍କ ଲାଗି ଉଦ୍ଦିଷ୍ଟ ଏକ ପର୍ଯ୍ୟବେକ୍ଷଣ ଗୃହରେ ଅସୁସ୍ଥକର ଖାଦ୍ୟ ଖାଇ ପ୍ରାୟ ୧୦୩ ଜଣ ପିଲାଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ି ଯାଇଛି। ରବିବାର ରାତିରେ ସେମାନେ ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥାବସ୍ଥା ଏବେ ଭଲ ରହିଛି ବୋଲି ସୂଚନା ରହିଛି। ତେବେ, ଭର୍ତ୍ତି ହୋଇଥିବା ପିଲାମାନଙ୍କ ମଧ୍ୟରେ ଅନ୍ୟମାନେ ଖୁବ୍‌ ଶୀଘ୍ର ଘରକୁ ଫେରିଲେ ବୋଲି ଜାଣିବାକୁ ମିଳିଥିବା ବେଳେ ୩ ଜଣଙ୍କ ସ୍ୱାସ୍ଥାବସ୍ଥାରେ ସେପରି କୌଣସି ସନ୍ତୋଷଜନକ ପରିବର୍ତ୍ତନ ନଆସିଥିବାରୁ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରାତ୍ରଭୋଜନ ଖାଇ ପିଲାମାନେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ୩ ଜଣ ପିଲାଙ୍କୁ ନିକଟସ୍ଥ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚିଉଟ୍‌ ଅଫ୍‌ ଚାଇଲ୍ଡ ହେଲ୍‌ଥକୁ ନିଆଯାଇଥିଲା। ପରେ ଅନ୍ୟ ସମସ୍ତ ପିଲାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସା ପରେ ଡାକ୍ତର ସୂଚନା ଦେଇଛନ୍ତି ଯେ ଗ୍ୟାସ୍‌ଷ୍ଟ୍ରିକ୍‌ ହେବାରୁ ପିଲାମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଖୁବ ଶୀଘ୍ର ଡିସ୍‌ଚାର୍ଜ କରି ଦିଆଯିବ ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର