କୋଚି: କେରଳର ଜଣେ ସ୍କୁଲ ଛାତ୍ରୀ ନିଜ ଶିକ୍ଷକଙ୍କ ସହ ଯୁକ୍ତି ତର୍କ ହେବାରୁ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। କେରଳର କୋଲାମ୍ସରେ ଥିବା ଟ୍ରିନିଟି ଲିସିୟମ୍ ସ୍କୁଲ୍ର ଏହି ବାଳିକା ଜଣକ ଦଶମ ଶ୍ରେଣୀର ଛାତ୍ରୀ। ଜାଣିବାକୁ ମିଳିଛି ଯେ ଛାତରୁ ଡେଇଁଥିବା ଛାତ୍ରୀଙ୍କର ଭଉଣୀ ସେହି ସମାନ ସ୍କୁଲ୍ରେ ପଢୁଥିଲେ। ଶିକ୍ଷକ ତାଙ୍କ ସାନ ଭଉଣୀକୁ ଦଣ୍ଡିତ କରିବା ଉଦେଶ୍ୟରେ ଯାଇ ପୁଅମାନଙ୍କ ସହ ବସିବାକୁ କହିଥିଲେ। ମାତ୍ର ଏହାକୁ ବଡ଼ ଭଉଣୀ ପ୍ରତିବାଦ କରିବାରୁ ଶିକ୍ଷକଙ୍କ ସହ ଯୁକ୍ତି ହୋଇଥିଲା। ଫଳରେ ଯୁକ୍ତି ବଢ଼ିବାରୁ ଛାତ୍ରୀ ଜଣକ ରାଗରେ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିିକିତ୍ସା ପାଇଁ ଡାକ୍ତରଖାନାକୁ ନିଆ ଯାଇଥିଲେ ବି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp