୩ ହାଇୱେ ଲୁଟେରା ଗିରଫ

ଖଣ୍ତଗିରି: ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ତଳଖେତା ଛକ ନିକଟରୁ ଯାଁଳା ଫାଣ୍ତି ପୁଲିସ ୩ଜଣ କୁଖ୍ୟାତ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, କଟକ ଖାନନଗର ବାସିନ୍ଦା ଜୟବିଜୟ ପ୍ରଧାନ(୨୩), ବିଡ଼ାନାସୀରେ ରହୁଥିବା ଜୟପ୍ରକାଶ ବେହେରା ଓରଫ୍ ଗୁଲୁ(୨୩) ଓ ସିଡିଏ ସେକ୍ଟର ୨ରେ ରହୁଥିବା ହାପି ପ୍ରକାଶ(୨୪)। ଆଜି ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ନିଜକୁ ପିସିଆର୍ ଷ୍ଟାଫ୍ ବୋଲି ପରିଚୟ ଦେଇ ଏହି ୩ଜଣ ଗତକାଲି ରାତିରେ ତଳଖେତା ଛକରେ ଏକ ଟାଟା ଏସି ଗାଡ଼ିକୁ ଅଟକାଇ ଚାଳକକୁ ଧମକ ଦେଇ ପୁଲିସ ବଟି ମାଗୁଥିଲେ। କିନ୍ତୁ ଚାଳକ ପବିତ୍ର ସାହୁ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ଥିବାରୁ ଟଙ୍କାଟିଏ ବି ଦେବାକୁ ମନା କରି ଦେଇଥିଲେ। ଏମିତି ଯୁକ୍ତିତର୍କ ଚାଲିଥିବା ବେଳେ ସତକୁ ସତ ଯାଁଳା ପସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ଓ ୩ ଲୁଟେରା ପୁଲିସ ହାତରେ ଧରା ପଡ଼ି ଯାଇଥିଲେ। ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ ଚଣ୍ତିଖୋଲରୁ ଖୋର୍ଧା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବୁଲି ବୁଲି ଏମିତି ଗାଡ଼ି ଚାଳକମାନଙ୍କୁ ଲୁଟ୍ କରନ୍ତି ଓ ଅନେକ ସମୟ‌ରେ ଛିନ୍‌ତାଇ କରନ୍ତି।

ସମ୍ବନ୍ଧିତ ଖବର