ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ୬୦ବର୍ଷୀୟ ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା

ପଲଘର୍‌ : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଜୀବନ ହାରିଲେ ବୃଦ୍ଧା । ଜଣେ ୩୦ବର୍ଷୀୟ ଯୁବକ ନିଶାଗ୍ରସ୍ତ ହୋଇ ଏପରି କରିଥିବା ଜଣା ପଡ଼ିଛି । ବୃଦ୍ଧା ଜଣକ ବାରଣ୍ଡାରେ ଶୋଇଥିବା ବେଳେ ଯୁବକ ଜଣକ ଆସି ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ । ବୃଦ୍ଧା ତାଙ୍କର ଏପରି କାମକୁ ବିରୋଧ  କରିବାରୁ ଯୁବକ ଜଣଙ୍କ ନିଶାରେ  ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ ।ା ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

Daily Express

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ସୋମବାର ରାତିରେ ଘଟିଥିଲା । ବୃଦ୍ଧା ଜଣକ ଗୋଟେ ସ୍କୁଲ ବାରଣ୍ଡାରେ ଶୋଇଥିବା ବେଳେ ଲକ୍ଷ୍ମଣ ଖର୍‌ପଡ଼େ ନାମକ ଯୁବକ ସେଇପଟ ଦେଇ ଯାଉଥିଲେ । ନିଶାଗ୍ରସ୍ତ ଥିବାରୁ ଲକ୍ଷ୍ମଣ ବୃଦ୍ଧାଙ୍କ ପାଖକୁ ଯିବା ସହ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ବୃଦ୍ଧାଙ୍କ ନିଦ ଭାଙ୍ଗି ଯିବାରୁ ସେ ଲକ୍ଷ୍ମଣଙ୍କ କାମକୁ ବିରୋଧ କରିବା ସହ ସେଠାରୁ ଯିବା ପାଇଁ ପ୍ରୟାସ କରିଥିଲେ । ଏହି ସମୟରେ ଧରା ପଡ଼ିଯିବା ଡ଼ରରେ ଲକ୍ଷ୍ମଣ ତାଙ୍କୁ ଟାଣି ତଳେ ପକାଇ ଦେବା ସହ ତାଙ୍କୁ ପିଟି ହତ୍ୟା କରିଥିଲେ । ବୃଦ୍ଧା ମରିଯିବା ପରେ ଲକ୍ଷ୍ମଣ ଏକ ନିରଳା ସ୍ଥାନକୁ ନେଇ ତାଙ୍କୁ ପୋଡ଼ିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଦେଖି ତାଙ୍କୁ ପୁଲିସ ଜିମା ଦେଇଥିଲେ । ଲକ୍ଷ୍ମଣଙ୍କୁ ଧାରା ୩୦୨ଅନୂଯାୟୀ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର