କରୋନା ପିଜିଟିଭ୍‌ ଥିବା ସତ୍ତ୍ୱେ ତଥ୍ୟ ଲୁଚାଇଥିଲେ ଡାକ୍ତରାଣୀ

ମୁମ୍ବାଇ: ମୁମ୍ବାଇରେ ରହୁଥିବା ଜଣେ ୨୨ବର୍ଷୀୟ ମହିଳା ଡାକ୍ତର କରୋନା ପଜିଟିଭ୍‌ ଥିବା ଜାଣିବା ପରେ ବି କାହାକୁ କିଛି ନଜଣାଇ ଗୁଜୁରାଟରେ ଖୋଲାଖୋଲି ବୁଲୁଥିବା ନେଇ ପୁଲିସ ମାମଲା ରୁଜୁ କରିଛି।

ମାମଲା ରୁଜୁ ହୋଇଥିବା ମହିଳାଙ୍କ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ରହିଛି କି, ମୁମ୍ବାଇରେ କରୋନାଭାଇରସ୍‌ ଯାଞ୍ଚ ସମୟରେ ତାଙ୍କ ଶରୀରରେ କୋଭିଡ-୧୯ ସଂକ୍ରମଣ ଥିବା ମଇ ୪ରେ ଜଣାପଡ଼ିଥିଲା। କିନ୍ତୁ ସେ ଏହି ତଥ୍ୟକୁ ଗୁଜୁରାଟ ସରକାର ଓ ସ୍ୱାସ୍ଥ୍ୟ ବିଭାଗକୁ ଗୋପନ ରଖିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ମଇ ୫ରେ ଉକ୍ତ ଡାକ୍ତର ଭୁଜରେ ପହଞ୍ଚିଥିଲେ। ଏହାର ତିନିଦିନ ପରେ ଅର୍ଥାତ ମଇ ୮ ତାରିଖରେ ସେ ଜିଲ୍ଲା ପ୍ରଶାସନକୁ ସମ୍ପର୍କ କରି ଜଣାଇଥିଲେ କି ତାଙ୍କର ମୁମ୍ବାଇରେ କୋଭିଡ-୧୯ ପରୀକ୍ଷା ହୋଇଥିଲା ଆଉ ଏହି ରିପୋର୍ଟ ପଜିଟିଭ ବି ଆସିଥିଲା। ସେ ଡାକ୍ତରଙ୍କୁ ଜଣାଇଥିଲେ କି ତାଙ୍କ ରିପୋର୍ଟ ମଇ ୮ ତାରିଖରେ ଆସିଥିଲା। ଡାକ୍ତର ଉକ୍ତ ମହିଳା ଡାକ୍ତରଙ୍କ କଥା ଶୁଣିବା ପରେ ଯାଞ୍ଚ କରିଥିଲେ। ଏହି ଯାଞ୍ଚରୁ ଜଣା ପଡ଼ିଲା କି ତାଙ୍କ କୋଭିଡ-୧୯ ରିପୋର୍ଟ ମଇ ୮ ତାରିଖରେ ଆସିନାହିଁ। ତେଣୁ ସେ ସନ୍ଦେହ କରି ଏସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ମୁମ୍ବାଇ ସ୍ୱାସ୍ଥ୍ୟ ବିଭାଗରୁ ମହିଳାଙ୍କ ଡାକ୍ତରଙ୍କ ରିପୋର୍ଟ ମାଗିବା ପରେ ଜଣା ପଡ଼ିଥିଲା କି ତାଙ୍କର ରିପୋର୍ଟ ମଇ ୮ରେ ନୁହେଁ, ବରଂ ମଇ ୪ରେ ସାମ୍ନାକୁ ଆସିଥିଲା। ଏଭଳି ପରିସ୍ଥିତିରେ କରୋନା ସଂକ୍ରମିତ ହୋଇଥାଇ ନିଜର ତଥ୍ୟ ଲୁଚାଇ ଥିବାରୁ ପୁଲିସ ଉକ୍ତ ମହିଳା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର