ତିନି ବର୍ଷ ପୂର୍ବରୁ ବାପା ମୃତ ଭାବି କରିଥିଲେ ଅନ୍ତିମ ସଂସ୍କାର; ପ୍ରବାସୀ ଶ୍ରମିକଙ୍କ ସହିତ ଘରକୁ ଫେରିଲା ପୁଅ

ଛତ୍ରପୁର: ଲକ୍‌ଡାଉନ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଲକ୍‌ଡାଉନ୍‌ କିନ୍ତୁ ଛତ୍ରପୁର ଜିଲ୍ଲା ବିଲହରି ଗ୍ରାମରେ ବସବାସ କରୁଥିବା ଏକ ପରିବାରରେ ଖୁସିର ଲହରି ଖେଳାଇ ଦେଇଛି। କାରଣ ତିନିବର୍ଷ ପୂର୍ବେ ବାପା ଯେଉଁ ପୁଅକୁ ମୃତ ଭାବି ଅନ୍ତିମ ସଂସ୍କାର କରିଥିଲେ, ସେହି ପୁଅ ଏହି ଲକ୍‌ଡାଉନ୍‌ ସମୟରେ କୌଣସି ଉପାୟରେ ପ୍ରବାସୀ ଶ୍ରମିକଙ୍କ ସହିତ ମିଶି ଘରକୁ ଫେରି ଆସିଛି।

NBT

ଛତ୍ରପୁର ଜିଲ୍ଲା ବିଲହରି ଗ୍ରାମରେ ବସବାସ କରୁଥିବା ଏକ ପରିବାର ତିନିବର୍ଷ ପୂର୍ବେ ପୁଅ ନିଖୋଜ ହୋଇଯାଇଥିବା ପୁଲିସରେ ଅଭିଯୋଗ କରିଥିଲେ। ଅନେକ ଦିନ ହେବ ପୁଅର ସେମାନେ କୌଣସି ସନ୍ଧାନ ପାଇ ନ ଥିଲେ। ଏହାରି ଭିତରେ ପାଖ ଅଞ୍ଚଳରୁ କିଛି କଙ୍କାଳ ଓ ଛିଣ୍ଡା କପଡ଼ା ମିଳିଥିଲା। ପରିବାର ଲୋକ ଏହି କଙ୍କାଳ ଓ ଛିଣ୍ଡା କପଡ଼ାକୁ ନିଜ ପୁଅର ବୋଲି ଭାବି ନେଇଥିଲେ। ଏହାପରେ ସେମାନେ ପୁଅ ଉଦୟର ମୃତ୍ୟୁ ହୋଇ ଯାଇଥିବା ଭାବି ଗ୍ରାମବାସୀଙ୍କ ସହିତ ମିଶି ତାର ଅନ୍ତିମ ସଂସ୍କାର କରି ଦେଇଥିଲେ।

Coronavirus: At least 22 migrants die while trying to get home ...
Scroll.in

ପୁଅକୁ ତିନିବର୍ଷ ପରେ ପୁଣି ଥରେ ଫେରି ପାଇ ଖୁସିରେ ଆତ୍ମହରା ହୋଇଯାଇଥିବା ବୃଦ୍ଧ ବାପା କାନ୍ଦକାନ୍ଦ ସ୍ୱରରେ କହନ୍ତି, ଗତ ସୋମବାର ଆମେ ଘରେ ଶୋଇଥିବା ବେଳେ, ହଠାତ କେହି ଜଣେ କବାଟ ବାଡ଼େଇବା ଶବ୍ଦ ହୋଇଥିଲା। ନିଦରୁ ଉଠି କବାଟ ଖୋଲିଲା ପରେ ଘର ବାହାରେ ପୁଅ ଉଦୟ ଛିଡ଼ା ହୋଇଥିଲା। ପୁଅକୁ ଆଖି ସାମ୍ନାରେ ଦେଖୁଥିଲେ ବି ମୁଁ ଏହାକୁ ସ୍ୱପ୍ନ ବୋଲି ଭାବୁଥାଏ। ଅନେକ ସମୟ ପର୍ଯ୍ୟନ୍ତ ଏହା ବାସ୍ତବରେ ଘଟିଥିଲେ ବି ମୁଁ ବିଶ୍ୱାସ କରି ପାରୁ ନ ଥିଲି। ପୁଅ ଗୁରୁଗ୍ରାମରୁ ୬୦୦କିମି ଚାଲିଚାଲି ପୁଣି ଆମ ପାଖକୁ ଫେରି ଆସିଛି।

Coronavirus: 2 Senior Delhi Officers Suspended Over "Serious ...
NDTV

ସେହିପରି ଏହି ଘଟଣାକୁ ନେଇ ଏସ୍‌ଡିପିଓ ସୀତାରାମ୍‌ ଅବସେୟା କହିଛନ୍ତି, ୩ ବର୍ଷ ପୁରୁଣା ମାମଲାକୁ ପୁଣି ଥରେ ଖୋଳତାଡ଼ କରିବାକୁ ହେବ। କାରଣ ଉଦୟଙ୍କ ପିତା ଯେଉଁ କଙ୍କାଳ ଦେଖି ନିଜ ପୁଅ ବୋଲି ଭାବି ଥିଲେ, ବାସ୍ତବରେ ତ ତାହା ଉଦୟର ନରକଙ୍କାଳ ନଥିଲା। ତେବେ ସେହି ନରକଙ୍କାଳ କାହାର ଥିଲା ସେ ନେଇ ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର