ବଦଳିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ବଦଳି ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି | ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସର ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ |

ସେହିପରି ୧୯୯୪ ବ୍ୟାଚର ଆଇଏଏସ ଅଫିସର ତଥା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଥିବା ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି | ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଓଏଚପିସିର ସିଏମଡି ଥିବା ବିଷ୍ଣୁପଦ ସେଠୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି |

ସମ୍ବନ୍ଧିତ ଖବର