ବିବାଦ ପରେ ମଧ୍ୟ ଥମୁ ନାହିଁ ଦୁଷ୍କର୍ମ : ଭୋପାଳରେ ୮ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରି ଗଳା କାଟି ଡ୍ରେନରେ ଫିଙ୍ଗି ଦେଲେ ଅଭିଯୁକ୍ତ

ଭୋପାଳ : ରବିବାର ମଧ୍ୟପ୍ରଦେଶର ଭୋପାଳରେ ଜଣେ ୮ବର୍ଷୀୟା ଶିଶୁର ମୃତଦେହ ଡ୍ରେନରୁ ଉଦ୍ଧାର କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରାଯିବା ପରେ ଗଳା କାଟି ହତ୍ୟା କରାଯାଇଥିବା ସାମ୍ନାକୁ ଆସିଛି । ପୀଡ଼ିତା ଶନିବାର ରାତି ୮ଟାରେ କିଛି କିଣିବା ପାଇଁ ଦୋକାନଙ୍କୁ ଯାଇଥିବା ବେଳେ ଘରକୁ ଫେରି ନଥିଲେ । ଯାହା ପରେ ପରିବାର ଲୋକେ ପୁଲିସରେ ଏ ନେଇ ସୂଚନା ଦେଇଥିଲେ । ସୂଚନା ପାଇଁ ତଦନ୍ତ କରାଯିବା ପରେ ରବିବାର ସକାଳ ସମୟରେ ପୀଡ଼ିତାଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର କରା ଯାଇଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିବା ସହ ତାକୁ ଖୋଜିବା ଆରମ୍ଭ କରିଛି ।

Free Press Journal

ସୂଚନା ମୁତାବକ, ଗୁଟ୍‌ଖା କିଣିବା ପାଇଁ ପୀଡ଼ିତା ଦୋକନକୁ ଯାଇ ଆଉ ଫେରି ନଥିଲେ । ଖୋଜା ଖୋଜି ପରେ ନ ମିଳିବାରୁ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ । କିନ୍ତୁ ଉପସ୍ଥିତ ଥିବା କନେଷ୍ଟବଳ ଅଭିଯୋଗ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିଲେ । ଏହା ପରେ ପରିବାର ଲୋକେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସଂପର୍କ କରିବା ପରେ ତଦନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ରବିବାର ସକାଳ ୫ଟାରେ ପୀଡ଼ିତାଙ୍କ ମୃତଦେହ ମିଳିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିବା କନେଷ୍ଟବଳଙ୍କୁ ବହିଷ୍କୃତ କରାଯିବା ସହ ତଦନ୍ତ ଆରମ୍ଭ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର