୨ ଘଣ୍ଟା ଭିତରେ ୬ ଜଣଙ୍କୁ ହତ୍ୟା: ହତ୍ୟାକାରୀ ହେଉଛନ୍ତି ପୂର୍ବତନ ସେନା କର୍ମଚାରୀ

ପଲଓ୍ଵାଲା: ହରିଆଣାର ପଲଓ୍ଵାଲ୍‌ ସହରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ପୂର୍ବତନ ସେନା କର୍ମଚାରୀ ୨ ଘଣ୍ଟା ମଧ୍ୟରେ ଏକ ଲୁହା ରଡ୍‌ ସାହାଯ୍ୟରେ ୬ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ନରେଶ ଧାନଖଦ। ସେ ବିଳମ୍ବିତ ରାତ୍ରରେ ଆଗ୍ରା ଛକରୁ କ୍ୟାମ୍ପ୍‌ କଲୋନିକୁ ଯାଉଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ ହୋଇଛନ୍ତ।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରଥମେ ନରେଶ ଏକ ବେସରକାରୀ ହସ୍ପିଟାଲ୍‌ରେ ଥିବା ଜଣେ ଆଟେନ୍‌ଡାଣ୍ଟ୍‌କୁ ହତ୍ୟା କରିଥିବା ଖବର ମିଳିଥିଲା, ତାହା ଉକ୍ତ ହସ୍ପିଟାଲ୍‌ ସିସିଟିଭିରେ ଫୁଟେଜ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେତେବେଳକୁ ରାତି ପ୍ରାୟ ୨.୩୦। ପୁଲିସ୍‌ ହସ୍ପିଟାଲ୍‌ରେ ପ୍ରଥମ ଘଟଣାର ତଦନ୍ତ କରୁଥିବା ବେଳେ ଆଉ ଏକ ଆଟେନ୍‌ଡାଣ୍ଟ୍‌କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା। ଏହି ପରି ଭାବେ ମାତ୍ର ୨ ଘଣ୍ଟା ମଧ୍ୟରେ ସେଠାରୁ ଜଣେ ପରେ ଜଣେ ୬ ଜଣଙ୍କର ହତ୍ୟା ହୋଇଥିଲା।

ନରେଶ ହେଉଛନ୍ତି ଭାରତୀୟ ସେନାର ପୂର୍ବତନ କର୍ମଚାରୀ। ଫରିଦାବାଦର ମାଛାର ଗ୍ରାମର ନରେଶ ୫ଜଣ ଭାଇଙ୍କ ମଧ୍ୟରେ ସବୁଠାରୁ ସାନ। ସେ ବର୍ତ୍ତମାନ ପଲଓ୍ଵାଲ ର ଓମାକ୍ସି ସିଟିରେ ରହୁଛନ୍ତି। ୨୦୦୩ ମସିହାରେ ସେ ଭାରତୀୟ ସେନାରୁ ଇଚ୍ଛାଧୀନ ଅବସର ନେଇଥିଲେ। ଏହାପରେ ୨୦୦୬ ମସିହାରେ ନରେଶ କୃଷି ବିଭାଗରେ ଏଡିଓ ଭାବେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ଏସଡିଓ ଭାବେ ବିଓ୍ଵାନିଠାରେ କାର୍ଯ୍ୟ କରୁଥିଲେ।

ତେବେ, ଏହି ହତ୍ୟା ପଛର ଉଦ୍ଦେଶ୍ୟ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ। ସେ କାହିଁକି ଏପରି କାଣ୍ଡ କରିଛନ୍ତି ବୋଲି ଜାଣିବା ପାଇଁ ତାଙ୍କର ମାନସିକ ପରୀକ୍ଷା କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର