ଧରାପଡ଼ିଲା ହାଇଟେକ୍‌ ଭ୍ରୁଣ ହତ୍ୟାକାରୀ ଗ୍ୟାଙ୍ଗ, କାର୍‌ରେ କରୁଥିଲେ ଭ୍ରୁଣର ଲିଙ୍ଗ ନିରୂପଣ

ସୋନିପତ : ହରିୟାଣାର ସୋନିପତରେ ଜଣେ ହାଇଟେକ୍‌ ଭ୍ରୁଣ ହତ୍ୟାକାରୀଙ୍କୁ ଠାବ କରିଛି ପୁଲିସ । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ସାହାଯ୍ୟରେ ପୁଲିସ ହତ୍ୟାକରୀ ଦଳଙ୍କୁ ଠାବ କରିଥିବା ଜଣାପଡ଼ିଛି । ଗିରଫ ହୋଇଥିବା ଭ୍ରୁଣ ହତ୍ୟାକାରୀମାନେ ଦମ୍ପତିମାନଙ୍କ ଠାରୁ ୩୦,୦୦୦ଟଙ୍କା ନେଇ ଭ୍ରୁଣର ଲିଙ୍ଗ ନିରୂପଣ କରୁଥିଲେ ବୋଲି ଜଣା ପଡ଼ିଛି । ଡ଼ାକ୍ତରଖାାନାରେ ଭ୍ରୁଣର ଲିଙ୍ଗ ପରୀକ୍ଷା ହୋଇ ପାରିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେବା ପରେ ଦିଲ୍ଲୀର ଜନଶୂନ୍ୟ ଅଞ୍ଚଳରେ ଏକ କାର୍‌ ମଧ୍ୟରେ ସେମାନେ ଏହି ପରୀକ୍ଷା କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି ।
ସୂଚନା ମୁତାବକ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ସତ୍ତ୍ୱେ ହରିୟାଣାର ସୋନିପତର ବିଭିନ୍ନ ଅଞ୍ଚଳରେ ଡ଼ାକ୍ତରମାନେ ବେଆଇନ ଭାବେ ଭ୍ରୁଣ ପରୀକ୍ଷା କରୁଛନ୍ତି । ଯାହା ଫଳରେ କି କିଛି ଶିଶୁ ଦୁନିଆ ଦେଖିବା ପୂର୍ବରୁ ହିଁ ଆଖି ବୁଜି ଦେଉଛନ୍ତି । ଟଙ୍କା ଲାଳସାରେ କିଛି ଡ଼ାକ୍ତର ଏପରି କରୁଛନ୍ତି ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ କିଛି ଦିନ ତଳେ ଦିଲ୍ଲୀର ଏକ ଜନଶୂନ୍ୟ ଅଞ୍ଚଳରେ ଏକ କାର୍‌ ଭିତରେ ଭ୍ରୁଣର ଲିଙ୍ଗ ପରୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ମିଳିଥିଲା । ଏହି ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଜଣେ ମହିଳାଙ୍କୁ ଗର୍ଭବତୀ ସଜାଇ ସେଠାକୁ ପଠାଇଥିଲେ । ଏହା ପରେ ସେହି ଗ୍ୟାଙ୍ଗ ମହିଳାଙ୍କୁ ତାଙ୍କ କାର୍‌ରେ ନେଉଥିବା ବେଳେ ସେମାନଙ୍କର ପିଛା କରିଥିଲେ ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ । କିଛି ବାଟ ଯିବା ପରେ କାର୍‌କୁ ଦିଲ୍ଲୀର ହରସ୍କୋପ ବର୍ଡ଼ରରେ ରଖିବା ସହ କାର୍‌ ମଧ୍ୟରେ ହିଁ ଅଲଟ୍ରାସାଉଣ୍ଡ ଆରମ୍ଭ କରି ଦେଇଥିଲେ ଦୁର୍ବୃତ୍ତ ।

punjabkesari.com

କାର୍‌ ମଧ୍ୟରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ଦେଖି ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଆଶ୍ଚର୍ଯ୍ୟ ହେବା ସହ ଡ଼ାକ୍ତର ଏବଂ ତାଙ୍କ ସହକର୍ମୀଙ୍କୁ ଗିରଫ କରିଥିଲା ପୁୁଲିସ । ଗିରଫ ୩ଜଣଙ୍କୁ ପୁଲିସ କୋର୍ଟରେ ହାଜର କରାଇବା ସହ ଏହି ନେଟ୍‌ଓ୍ଵାର୍କ କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର