ଆସିଲା ହୋଣ୍ଡା ସିବି ସାଇନ୍‌ ଏସ୍‌ପି, ଲିଭୋ ଏବଂ ଡ୍ରିମ୍‌ ଯୁଗାର ୨୦୧୮ ଏଡିସନ୍‌

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ସିବି ସାଇନ୍‌ ଏସ୍‌ପି, ଲିଭୋ ଏବଂ ଡ୍ରିମ୍‌ ଯୁଗାର ୨୦୧୮ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ଗତ ମାସରେ ଅଟୋ ଏକ୍ସପୋ ୨୦୧୮ରେ ଏହି ସବୁ ବାଇକକୁ ଉନ୍ମୋଚନ କରାଯାଇଥିଲା । ଏହି ତିନି ବାଇକ୍‌କୁ ଅଧିକ ଷ୍ଟାଇଲିସ୍‌ କରାଯାଇଥିବା ବେଳେ ସେଥିରେ ଅଧିକ ବୈଶିଷ୍ଟ୍ୟ ଏବଂ ସହଜତା ରହିଛି ।

ହୋଣ୍ଡାର ସ୍ପୋର୍ଟି ୧୨୫ ସିସି ମୋଟରସାଇକଲ୍‌ ସିବି ସାଇନ୍‌ ଏସ୍‌୍‌ପିର ୨୦୧୮ େରେ ଆଗ୍ରେସିଭ୍‌ ଟ୍ୟାଙ୍କ ସ୍ରାଉଡ୍‌, ନୂଆ ସ୍ପୋର୍ଟି ଗ୍ରାଫିକ୍ସ, ନୂଆ ଇନଷ୍ଟ୍ରୁମେଣ୍ଟ କ୍ଳଷ୍ଟର ଯେଉଁଥିରେ ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର୍‌ ଏବଂ ଘଣ୍ଟା ସୁବିଧା ଥିବା ବେଳେ କମ୍‌ ରକ୍ଷଣାବେକ୍ଷଣ ଦରକାର ହେଉଥିବା ସିଲ୍‌ ଚେନ୍‌ ରହିଛି।

ନୂଆ ସିବି ସାଇନ୍‌ ଏସ୍‌ପି ୫ଟି ରଙ୍ଗ (ପର୍ଲ ସାଇରନ୍‌ ବ୍ଲୁ୍‌, ଜେନି ଗ୍ରେ ମେଟାଲିକ୍‌, ବ୍ଲାକ୍‌, ଆଥଲେଟିକ୍‌ ବ୍ଲୁ ମେଟାଲିକ୍‌, ଇମ୍ପରିଆଲ୍‌ ରେଡ୍‌ ମେଟାଲିକ୍‌), ୩ଟି ଭାରିଆଣ୍ଟ (ଡ୍ରମ୍‌/ଡିସ୍କ/ସିବିଏସ୍‌)ରେ ଉପଲବ୍ଧ ହେଉଥିବା ବେଳେ ଏହାର ମୂଲ୍ୟ ୬୨୦୩୨ ଟଙ୍କା (ଏକ୍ସ ସୋରୁମ୍‌-ଦିଲ୍ଲୀ) ରହିଛି । ୧୧୦ ସିସି ଲିଭୋ ୨୦୧୮ ଏଡିସନ୍‌ରେ ନୂଆ ଷ୍ଟାଇଲିସ୍‌ ସ୍ପୋର୍ଟି ଷ୍ଟ୍ରାଇପ୍‌ ରହିଛି। ଏହା ବ୍ୟତୀତ ନୂଆ ଆନାଲଗ୍‌ ଡିଜିଟାଲ୍‌ ମିଟର କନ୍‌ସୋଲ୍‌, ଯେଉଁଥିରେ ସର୍ଭିସ୍‌ ଡ୍ୟୁ ଇଣ୍ଡିକେଟର୍‌ ଏବଂ ଘଂଟା ସୁବିଧା ଥିବା ବେଳେ କମ୍‌ ରକ୍ଷଣାବେକ୍ଷଣ ଦରକାର ହେଉଥିବା ସିଲ୍‌ ଚେନ୍‌ ରହିଛି । ନୂଆ ଲିଭୋ ୫ଟି ରଙ୍ଗ (ବ୍ଲାକ୍‌, ଆଥଲେଟିକ୍‌ ବ୍ଲୁ ମେଟାଲିକ୍‌, ସନ୍‌ସେଟ୍‌ ବ୍ରାଉନ୍‌ ମେଟାଲିକ୍‌, ମେଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌ ଓ ଇମ୍ପରିଆଲ୍‌ ରେଡ୍‌ ମେଟାଲିକ), ୨ଟି ଭାରିଆଣ୍ଟ (ଡ୍ରମ୍‌/ଡିସ୍କ/)ରେ ଉପଲବ୍ଧ ହେଉଥିବା ବେଳେ ଏହାର ମୂଲ୍ୟ ୫୬,୨୩୦ ଟଙ୍କା ରହିଛି ।

ସେହିପରି ୧୧୦ ସିସି ଡ୍ରିମ୍‌ ଯୁଗାରେ ସତେଜ ଗ୍ରାଫିକ୍ସ, ନୂଆ ମିଟର ଡିଜାଇନ୍‌ ଏବଂ ବଡି ରଙ୍ଗର ରିଅର ଭିଉ ମିରର୍‌ ରହିଛି। ୫ଟି ରଂଗରେ ମିଳୁଥିବା ଏହି ବାଇକର ମୂଲ୍ୟ ୫୨,୭୪୧ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର