ସ୍କୁଲ ଯାଉଯାଉ ଫେରି ଆସିଲା ଝିଅ, ନିଜ ସହ ହୋଇଥିବା ଦୁଷ୍କର୍ମ ଘଟଣାକୁ ବାପାଙ୍କ ଆଗରେ କାନ୍ଦିକାନ୍ଦି ବଖାଣିଲା

ସିମଲା: ହିମାଚଳ ପ୍ରଦେଶରେ ଏବେ ସ୍କୁଲ ଯାଉଥିବା ପିଲା ବି ସୁରକ୍ଷିତ ନୁହନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ହମିରପୁରର ବଡସର ଡିଭିଜନସ୍ଥିତ ସ୍କୁଲ ଯାଉଥିବା ଶିଶୁ ଦୁଷ୍କର୍ମର ଶିକାର ହୋଇଛି। ପୀଡିତା ଘଟଣା ସମ୍ପର୍କରେ କହିବାପରେ ପରିବାର ଲୋକ ପୁଲିସରେ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିଛି ।

ସୂଚନାମୁତାବକ, ହମିରପୁରର ବଡ଼ସର ସବ ଡିଭିଜନ୍‌ର ଜଣେ ଛାତ୍ରୀ ସ୍କୁଲ ଯାଉଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ପ୍ରେମ ସାଗର(୨୩) ଛାତ୍ରୀକୁ ରାସ୍ତାରେ ଅଟକାଇ ଥିଲା। ଏହାପରେ ତାକୁ ଜୋରଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ଶିକାର ହୋଇଥିବା ଛାତ୍ରୀ ଭୟଭୀତ ହୋଇ କାନ୍ଦିକାନ୍ଦି ଘରକୁ ଫେରିଥିଲା। ଘର ଲୋକ କାନ୍ଦିବାର କାରଣ ପଚାରିବା ପରେ ସେ ନିଜ ସହ ହୋଇଥିବା ଦୁଷ୍କର୍ମ ଘଟଣାକୁ ବଖାଣିଥିଲା। ଝିଅଠାରୁ ସମସ୍ତ ଘଟଣା ଜାଣିବା ପରେ ପରିବାର ଲୋକ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରିବା ସହିତ ଛାତ୍ରୀଙ୍କୁ ଡାକ୍ତରିମାଇନା ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର