ଚଳନ୍ତା ଅଟୋରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ : ଛେଚା ଖାଇଲେ ଅଟୋ ଚାଳକ

ଚନ୍ଦ୍ରଶେଖରପୁର : ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ସମୟରେ ଚନ୍ଦ୍ରଶେଖରପୁରସ୍ଥିତ ବିଡିଏ ଛକ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କଳିଙ୍ଗ ହସ୍ପିଟାଲ୍‌ ଛକ ଦିଗରେ ଯାଉଥିବା ଏକ ଚଳନ୍ତା ଅଟୋରେ ବସିଥିବା ଜଣେ ଯୁବତୀଙ୍କୁ ଉକ୍ତ ଅଟୋର ଡ୍ରାଇଭର୍‌ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା। ଅଟୋ ଡ୍ରାଇଭର୍‌ଙ୍କ ଏହି ହୀନ ଉଦ୍ୟମକୁ ଜୋର୍‌ଦାର ବିରୋଧ କରିଥିଲେ ଯୁବତୀ ଜଣଙ୍କ। ମାତ୍ର ଅଟୋ ଚାଳକ ଅଟୋ ରଖି ନଥିଲେ। କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ଯୁବତୀ ଜଣଙ୍କ ଜୋର୍‌ରେ ପାଟି କରିଥିଲେ। ଫଳରେ ରାସ୍ତାରେ ଯାଉଥିବା ଲୋକେ ଏହି ଚିତ୍କାର ଶୁଣି ଉକ୍ତ ଅଟୋକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଶେଷରେ ବିଡିଏ ଛକରେ ଉକ୍ତ ଅଟୋକୁ ସ୍ଥାନୀୟ ଲୋକ ଅଟକାଇଥିଲେ। ଅଟୋରୁ ଓହ୍ଲାଇ ଯୁବତୀ ଜଣଙ୍କ କାନ୍ଦି କାନ୍ଦି ସବୁ କଥା କହିଥିଲେ। ପରେ ଅଭିଯୁକ୍ତ ଜଣକ ମଧ୍ୟ ଦୋଷ ସ୍ୱୀକାର କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଅଟୋ ଡ୍ରାଇଭର୍‌କୁ ନିର୍ଧୁମ୍‌ ଛେଚିଥିଲେ। ଖବରପାଇ ପୁଲିସ୍‌ ଘଟଣାସ୍ଥଳକୁ ଆସିଥିଲା।

ସମ୍ବନ୍ଧିତ ଖବର