ଗର୍ଭବତୀ ପତ୍ନୀକୁ ହତ୍ୟା କରି  ଶବ ସହ ରାତିସାରା ଶୋଇଥିଲା ସ୍ୱାମୀ

ଉସମାନାବାଦ: ମହାରାଷ୍ଟ୍ରର ଉସମାନାବାଦର ଜଣେ ଲୋକ ନିଜର ଗର୍ଭବତୀ ପତ୍ନୀକୁ ହତ୍ୟା କରିଥିଲା। ଏହାପରେ ସେ ସାରା ରାତି ଶବ ସହିତ ଶୋଇଥିଲା। ସକାଳ ହେବାପରେ ଅଭିଯୁକ୍ତ ପୁଲିସକୁ ଏ ଘଟଣା ସଂପର୍କରେ ସୂଚନା ଦେଲା ଓ ନିଜର ଅପରାଧ ସ୍ୱୀକାର କରିଥିଲା। ପୁଲିସର ସୂଚନା ଅନୁଯାୟୀ ଉସମାନାବାଦ ଜିଲ୍ଲାର ବିନୋଦ ଧୋନି ସିଂହ ପଓ୍ଵାର୍‌ ନିଜ ପତ୍ନୀ ପ୍ରିୟଙ୍କାଙ୍କ ସହିତ ରହୁଥିଲା। ଗୁରୁବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଲା। ତା’ପରେ ରାଗି ଯାଇ ବିନୋଦ ପ୍ରିୟଙ୍କାକୁ ହତ୍ୟା କରିଥିଲା। ଶବକୁ ଶେଯ ଉପରେ ରଖି ସାରା ରାତି ତା’ପାଖରେ ଶୋଇଥିଲା। ମାତ୍ର ନଅ ମାସ ତଳେ ସେ ଦୁହିଁଙ୍କର ବାହାଘର ହୋଇଥିଲା।

ବିନୋଦ କମିଶନ୍‌ ଏଜେଣ୍ଟ ଅଟନ୍ତି। ପ୍ରିୟଙ୍କା ତୁଲଜାପୁରରେ ନର୍ସ ଥିଲେ। ଏହି ହତ୍ୟା ଘଟଣା ବେଳେ ୫ ମାସର ଗର୍ଭବତୀ ଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ପରିବାର ଅଭିଯୋଗ କରିଛନ୍ତି ବିନୋଦ ପ୍ରିୟଙ୍କାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ପୁଲିସ ବିନୋଦକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର