ମଦ ପିଇବାକୁ ମନା କରିବାରୁ ସାଥୀ ଯବାନଙ୍କୁ ଅଚେତ ହେବା ପର୍ଯ୍ୟନ୍ତ ପିଟିଲେ ମେଜର

ପୁଣେ : ମଦ ପିଇବାକୁ ମନା କରିବାରୁ ସେନାର ମେଜର ନିଜ ସାଥୀ ଯବାନଙ୍କୁ ମାଡ଼ ମାରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମେଜରଙ୍କ ସହ ଅନ୍ୟ ୩ଜଣ ଯବାନ ମିଶି ପୀଡ଼ିତଙ୍କୁ ଅଚେତ ହେବା ପର୍ଯ୍ୟନ୍ତ ପିଟିଥିଲେ । ଏ ନେଇ ସାଙ୍ଘବୀ ପୁଲିସ ଦ୍ୱାରା ମାମଲା ରୁଜୁ କରାଯାଇଛି । ଘଟଣାଟି ଜୁନ୍‌ ୩ରେ ଔନ୍ଧ୍‌ ମିଲିଟାରୀ ଷ୍ଟେସନରେ ଘଟିଥିବା ଜଣା ପଡ଼ିଛି ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଜୁନ୍‌ ୩ରେ ସେନାବାସ ଦେଇ ପୀଡ଼ିତ ଯାଉଥିବା ବେଳେ ମେଜରଙ୍କ ସମେତ ଅନ୍ୟ ୩ଜଣ ମିଶି ମଦ ପିଉଥିଲେ । ପୀଡ଼ିତଙ୍କୁ ଦେଖି ମଦ ପିଇବାକୁ ଡ଼ାକିବା ପରେ ପୀଡ଼ିତ ପିଇବାକୁ ମନା କରି ଦେଇଥିଲେ । କିନ୍ତୁ ମେଜର ଜୋର ଜବରଦସ୍ତ ପୀଡ଼ିତଙ୍କୁ ଟାଣି ଆଣି ମଦ ପିଆଇଥିଲେ । ଏଭଳି ବ୍ୟବହାରରେ ରାଗି ଯାଇ ପୀଡ଼ିତା ଯିବାକୁ ବସିବାରୁ ମେଜର ଏବଂ ଅନ୍ୟ ୩ଜଣ ଯବାନ ପୀଡ଼ିତଙ୍କୁ ଲୁହା ରଡ଼ ଏବଂ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ । ପୀଡ଼ିତ ଅଚେତ ନ ହେବା ପର୍ଯ୍ୟନ୍ତ ୪ଜଣ ତାଙ୍କୁ ମାରିବାରେ ଲାଗିଥିଲେ । ଏହା ପରେ ତୁରନ୍ତ ପୀଡ଼ିତଙ୍କୁ ଔନ୍ଧ୍‌ ଡ଼ାକ୍ତରଖାନାକୁ ନିଆ ଯାଇଥିଲା । ଭର୍ତ୍ତି ହେବାର ୪ଦିନ ପରେ ପୀଡ଼ିତଙ୍କ ଚେତା ଫେରିଥିଲା ।

ସମ୍ବନ୍ଧିତ ଖବର