ସ୍ୱିଗିର ଡେଲିଭରି ବୟ ମହିଳାଙ୍କୁ ଆଶାଳୀନ ବ୍ୟବହାର ଦେଖାଇବା ପରେ ସରି ନୋଟ୍‌ ସହ ୨୦୦ ଟଙ୍କାର କୁପନ୍‌ ଦେଲା କମ୍ପାନି

ବେଙ୍ଗାଲୁର: ଫୁଡ୍‌ ଡେଲିଭରି ସର୍ଭିସ ସ୍ୱିଗିର ଡେଲିଭରି ବୟ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ପରେ କମ୍ପାନି ପକ୍ଷରୁ ଉକ୍ତ ମହିଳାଙ୍କୁ ଏକ ସରି ନୋଟ୍‌ ଓ ଏକ ୨୦୦ ଟଙ୍କିଆ  କୁପନ୍‌ ଦିଆଯାଇଛି।

ମହିଳାଙ୍କ ଅଭିଯୋଗ ଅନୁସାରେ ସେ ନିଜ ପାଇଁ କିଛି ଖାଦ୍ୟ ବରାଦ କରଥିଲେ। ସ୍ୱିଗିର ଜଣେ ଡେଲିଭରି ବୟ ତାଙ୍କ ପାଇଁ ଡେଲିଭରି ଆଣି ଆସିଥିଲେ। ମହିଳା ଜଣକ କହିବା ମୁତାବକ ଡେଲିଭରି ବୟ ପ୍ରଥମେ ଗୁରୁଗୁଣୁ ହୋଇ କିଛି କହିବାକୁ ଲାଗିଲେ। ସେ ପ୍ରଥମେ ତାଙ୍କ ଭାଷା ବୁଝି ପାରିଲେ ନାହିଁ। ମାତ୍ର ପରେ ଅନୁମାନ ଲଗାଇ ଜାଣିଲେ ଯୁବକ ଜଣକ ତାଙ୍କୁ ଅଶାଳୀନ ଇଙ୍ଗିତ ଦେଉଥିଲେ। ମହିଳାଙ୍କୁ ଏକାକିନୀ ପାଇଁ ସେ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଇଚ୍ଛୁକ ବୋଲି କହୁଥିଲେ।

ମହିଳା ଜଣକ ଏ ସଂପର୍କରେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିବା ପରେ କଥାଟି ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପୀ ଯାଇଥିଲା। ସେ ଉକ୍ତ ହେଲିଭରି ବୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଉଲ୍ଲେଖ କରିଥିଲେ। ମହିଳାଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‍ ଦେଖିବା ପରେ ସେହି ଫେସ୍‌ବୁକ୍‌ରେ ସ୍ୱିଗି ପକ୍ଷରୁ ତାଙ୍କୁ ଏକ ସରି ନୋଟ୍‌ ଓ ୨୦୦ ଟଙ୍କିଆ ଏକ କୁପନ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର