୮ ବର୍ଷୀୟା ଶିଶୁ ସହ ଗଣଦୁଷ୍କର୍ମ କରି ହତ୍ୟା କଲେ ୩ଜଣ ନାବାଳକ

ପାଟନା: ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଘଟିଥିବା ଘଟଣା ପୁଣି ଥରେ ସମସ୍ତଙ୍କୁ ଦୋହଲାଇ ଦେଇଛି। ୩ ଜଣ ନାବାଳକ ମିଶି ଜଣେ ୮ବର୍ଷୀୟା ଶିଶୁ ସହ ଗଣଦୁଷ୍କର୍ମ କରିବା ଓ ପରେ ହତ୍ୟା କରିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାଟି ରବିବାର ଘଟିଥିବା ବେଳେ ପୀଡ଼ିତା ସଂନ୍ଧ୍ୟା ସମୟରେ ପଡ଼ୋଶୀଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଘଟଣାରେ ସଂପୃକ୍ତ ଥିବା ୨ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟଜଣଙ୍କୁ ଖୋଜିବା ଆରମ୍ଭ କରିଛି।

Related image
opindia.com

ମିଳିଥିବା ତଥ୍ୟ ଅନୁଯାୟୀ, ପୀଡ଼ିତା ରବିବାର ଟିଭି ଦେଖି ନ ଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ପରଦିନ ସକାଳେ ଗାଁ ପାଖରେ ଥିବା ଏକ ଦୋକାନ ପାଖରେ ପୀଡ଼ିତାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ତେବେ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଚାପରେ ପରିବାର ଲୋକେ ଅନ୍ତିମ ସଂସ୍କାର କରିବାକୁ ବାହାରିଥ‌ିଲେ। ହେଲେ ଚାହୁଁ ଚାହୁଁ ଖବରଟି ଚାରିଆଡ଼େ ପ୍ରସାର ହେବା ସହ ପୁଲିସ ପାଖରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଟିଭି ଦେଖିବାକୁ ଯିବା ପରେ ପଡ଼ୋଶୀ ଘରେ ରହୁଥିବା ତିନି ନାବାଳକ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲିି ସାମ୍ନାକୁ ଆସିଥିଲା। ଏହା ସହ ଅଭିଯୁକ୍ତମାନେ ଧରା ପଡ଼ିଯିବା ଡ଼ରରେ ପୀଡ଼ିତାଙ୍କୁ ହତ୍ୟା କରିଥିଲେ ବୋଲି ଦୁଇ ଅଭିଯୁକ୍ତ ସ୍ବିକାର କରିଥିଲେ। ଏବେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣଙ୍କୁ ଖୋଜିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର