ସ୍ତ୍ରୀ ଘର ଛାଡ଼ି ବାପ ଘରକୁ ଚାଲିଯିବାରୁ ରାଗରେ ମା’କୁ ହତ୍ୟା କଲା ପୁଅ

ବାରଣାସୀ : ବାରଣାସୀରେ ଜଣେ ପୁଅ ନିଜ ମା’କୁ ହତ୍ୟା କରିବା ସହ ପଲିଥିନରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ତ୍ରୀ ରାଗି ବାପ ଘରକୁ ଚାଲିଯିବାରୁ ପୁଅ ଏପରି କରିଥିବା ଜଣାପଡ଼ିଛି । ଘଟଣା ଘଟିବାର ୪୮ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ଥିବା ଜଣା ପଡ଼ିଛି । ଗିରଫ ହେବା ପରେ ନିଜ ମା’ଙ୍କ ବ୍ୟବହାରରେ ରାଗିଯାଇ ମୁଁ ଏପରି କରିଛି ବୋଲି ସ୍ୱୀକାର କରିଛି ଅଭିଯୁକ୍ତ ପୁଅ ।

Daily Times

“ଦେଢ଼ ବର୍ଷ ପୂର୍ବରୁ ମା’ଙ୍କ ଖରାପ ବ୍ୟବହାର ପାଇଁ ବାପା ଘର ଛାଡ଼ି ଚାଲି ଯାଇଥିଲେ । ଏହା ପରେ ମୋ ସ୍ତ୍ରୀଙ୍କ ଉପରେ ସେ ଅତ୍ୟାଚାର କରିବା ଆରମ୍ଭ କରିଥିଲେ । ଯାହା ପାଇଁ ମୋ ସ୍ତ୍ରୀ ରାଗରେ ଘର ଛାଡ଼ି ବାପ ଘରକୁ ଚାଲି ଯାଇଥିଲେ । ମୋତେ ମଧ୍ୟ ସମସ୍ତଙ୍କ ଆଗରେ ସେ ଅସମ୍ମାନିତ କରୁଥିଲେ । ଏତେ ସବୁ ପରେ ମୁଁ ତାଙ୍କୁ ହତ୍ୟା କରିବା କଥା ଭାବିଥିଲି । ଯାହା ପରେ ମୁଁ ନିଜର ଦୁଇ ବନ୍ଧୁଙ୍କ ସାହାଯ୍ୟରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲି” ବୋଲି ଅଭିଯୁକ୍ତ ପୁଅ ସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର