ଭିବ୍‌ଗିଅର୍‌ ଚିଟ୍‌ଫଣ୍ଡ ଠକେଇ,ନିର୍ଦେଶକ ଗିରଫ

ଭୁବନେଶ୍ବର : ଜମାକାରୀଙ୍କୁ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଆଜି ଅର୍ଥନୈତିକ ଅପରାଧ ଶାଖା ଭିବ୍‌ଗିଅର୍‌ ଆଲାଏଡ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦେଶକକୁ ଗିରଫ କରିଛି। ସେ ହେଲେ କୋଲକାତା ଅଞ୍ଚଳର ରାଣା ଭଦ୍ର(୩୫)। ତାଙ୍କୁ କୋଲକାତାରୁ ଗିରଫ ପରେ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ସୂଚନା ମୁତାବକ, କୋଲକାତା ସ୍ଥିତ ଭିବ୍‌ଗିଅର ଚିଟ୍‌ଫଣ୍ଡ ସଂସ୍ଥା ୨୦୦୯ରେ ଓଡ଼ିଶାର ବାଲେଶ୍ବର, ଭୁବନେଶ୍ବର, ରାଜସୁନାଖଳା ଆଦି ସ୍ଥାନରେ ନିଜର ଶାଖା ଖୋଲିଥିଲା। ଜମାକାରୀଙ୍କୁ ଜମାଟଙ୍କା ଉପରେ ଅଧିକ ସୁଧ ଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ନେଇଥିଲା। ୨୦୦୯ରୁ ୨୦୧୩ ମସିହା ୪ ବର୍ଷ ମଧ୍ୟରେ ପାଖାପାଖି ୧୫ଶହ ଜମାକାରୀଙ୍କଠାରୁ ସଂସ୍ଥା ୨୦ କୋଟି ଟଙ୍କା ଠକି ନେଇଥିଲା। ଏନେଇ କେତେକ ଜମାକାରୀ ୨୦୧୬ରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର