ଉତ୍ତରପ୍ରଦେଶ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ: ଡାଲି ଜାଗାରେ ହଳଦୀ ମିଶ୍ରିତ ଚାଉଳ ପାଣି

ସୀତାପୁର: ସରକାରୀ ସ୍କୁଲ୍‌ ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ବେଳେ ଉତ୍ତରପ୍ରଦେଶର ଶିକ୍ଷା ବିଭାଗ ସାମାନ୍ୟ ଟିକେ ବି ଭାବୁଥିବା ପରି ମନେ ହେଉନାହିଁ। ବିଶେଷ କରି ଗରିବ ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବାର ଉଦାହରଣ ବାରମ୍ବାର ସାମ୍ନାକୁ ଆସୁଛି। କିଛି ଦିନ ତଳେ ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଡାଲି ବଦଳରେ ଚାଉଚ ସିଝାରେ ହଳଦୀ ମିଶାଇ ଦିଆଯାଉଥିବା ଅଭିଯୋଗ ହୋଇଛି।

ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ପିଶଓ୍ଵାନ ବ୍ଲକ୍‌ସ୍ଥିତ ବିଚ୍‌ପରିଆ ଗ୍ରାମରେ ଥିବା ଏକ ପ୍ରଥମିକ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ସହ ଏପରି ହୋଇଥିବା ସୂଚନା ରହିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଏହି ଘଟଣାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବୁଲିବା ପରେ ଏହି ସତ୍ୟ ପଦାକୁ ଆସିଛି। ରାଜ୍ୟର ସ୍କୁଲ୍‌ମାନଙ୍କରେ ବାରମ୍ବାର ଏପରି ନିତ୍କଷ୍ଟ ଧରଣର ଖାଦ୍ୟ ଦିଆଯାଉଥିବା ଦେଖିବାକୁ ମିଳିବା ପରେ ଜିଲ୍ଳା ପ୍ରଶାସନ ଅଧିକାରୀ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଅଧିକାରୀ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ବୟାନ ବି ରେକର୍ଡ କରିଛନ୍ତି। ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର