ତାଜ୍‌ ମହଲ ପରିସରରେ ‘ପାକିସ୍ତାନ ଜିନ୍ଦବାଦ୍‌’ ସ୍ଲୋଗାନ ଦେଇଥିବା ଯୁବକକୁ ଧରାଯିବା ପରେ ଦେଶଦ୍ରୋହ ମାମଲା ରୁଜୁୁ

ଆଗ୍ରା: ତାଜ୍‌ ମହଲ୍‌ ପରସର ଭିତରେ ଜଣେ ଅଜଣା ଯୁବକ ‘ପାକିସ୍ତାନ ଜିନ୍ଦବାଦ୍‌’ ସ୍ଲୋଗାନ୍‌ ଦେବା ପରେ ଦେଶଦ୍ରୋହ ଅଭିଯୋଗରେ ଆଗ୍ରା ପୁଲିସ୍‌ ଉକ୍ତ ଯୁବକକୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ଯୁବକ ଜଣକ ତାଜ୍‌ ମହଲ ଭିତରେ ‘ପାକିସ୍ତାନ ଜିନ୍ଦବାଦ୍‌’ ସ୍ଲୋଗାନ୍‌ ଦେଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲିବା ପରେ ଯୁବକଙ୍କୁ ପୁଲିସ୍‌ ଧରିଥିବା ସୂଚନା ରହିଛି। ସୋସିଆଲ୍‌ ମିଡିଆରେ ବୁଲୁଥିବା ଏହି ୨୭ ସେକେଣ୍ଡ୍‌ର ଭିଡିଓ ଦେଖିବା ପରେ ଯୁବକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

ଭିଡିଓଟି ଏପ୍ରିଲ୍‌ ୪ ତାରିଖ ଅପରାହ୍ନରେ ସୁଟିଂ କରାଯାଇଥିବା ସୂଚନା ରହିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଯୁବଗୋଷ୍ଠୀଙ୍କ ଭିତରୁ ଜଣେ ଯୁବକ ‘ପାକିସ୍ତାନ ଜିନ୍ଦବାଦ୍‌’ ବୋଲି ବାରମ୍ବାର ସ୍ଲୋଗାନ୍‌ ଦେଇ ଚାଲିଛି।

ତାଜ୍‌ ମହଲ୍‌ ଭିତରେ ଏପରି ନାରା ଦେବା ଉପରେ ପ୍ରତିବନ୍ଧକ ରହିଛି। ଏପରି ନାରା ଦେଇଥିବା ଅଭିଯୋଗରେ ଉକ୍ତ ଅଜଣା ଯୁବକକୁ ପୁଲିସ୍‌ ଗିରଫ କରିବା ସହ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

 

ସମ୍ବନ୍ଧିତ ଖବର