ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରସ୍ଥିତ କୁଟରା ନିକଟରେ ବୁଧବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକଙ୍କ ନାମ ରଞ୍ଜିତ ସମନ୍ଦିଆ(୨୮) ଓ ତାଙ୍କ ଘର ତେଲିଘନାର ଜିନ୍ଦାପଡ଼ା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତ ରଞ୍ଜିତ ତାଙ୍କ ଘର ଜିନ୍ଦାପଡ଼ାକୁ ଫେରୁଥିବା ସମୟରେ କୁଟରା ନିକଟରେ ତାଙ୍କ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ରଞ୍ଜିତ ବାଇକ୍‌ରୁ ଛିଟିକି ପଡିଥିଲେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରଞ୍ଜିତଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର