ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ରେ ଅଘଟଣ। ଡାବୁଗାଁ ବ୍ଲକ୍ର ମେଦେନା ଗ୍ରାମ ପଞ୍ଚାୟତର ଚାଲାଣଗୁଡ଼ା ଗାଁରେ ଗତକାଲି ବିଷାକ୍ତ ଛତୁ ଘାଇ ୬ଟି ପରିବାରର ୨୨ ଲୋକ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ୧୦ ବର୍ଷ ବୟସର ୯ ଜଣ ଶିଶୁ ଅଛନ୍ତି। ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗାଁର ପାଇକ ସାହିର ୫ଟି ପରିବାର ସହିତ ଭତ୍ରା ପରିବାର ଗତକାଲି ବିଲକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। କାମ ସାରି ଫେରିଲା ବେଳେକୁ ବିଲରୁ ଡ଼ୁୁମା ଛତୁ ସଂଗ୍ରହ କରି ଫେରିଥିଲେ। ରାତିରେ ଏହି ଛତୁ ରୋଷେଇ କରି ଖାଇବାର ଅଳ୍ପ ସମୟ ପରେ ସେହି ରାତିରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ୫ଟି ପରିବାରର ଲୋକେ ଖାଇଥିବା ଏହି ଛତୁ ବିଷାକ୍ତ ଥିବା କିମ୍ବା ଖାଦ୍ୟ ଉପଯୋଗୀ ନ ଥିଲା। ତେଣୁ ଛତୁ ଖାଇ ଅସୁସ୍ଥ ହୋଇଥିିବା ମୋଟ୍ ୨୨ ଜଣଙ୍କୁ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର