୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସ ନିକଟରେ ଆଜି ୩ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ସମ୍ମୁଖରେ ଏହି ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ରୋଶନ ତାଡି, ସୁକୁଲ ମାଣ୍ଡବି ଏବଂ କୁମ୍ମା ବାରସେ। ଏମାନଙ୍କ ନାମରେ ସରକାର ୧୪ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ସଂଗଠରେ ଚାଲିଥିବା ଭେଦଭାବ, ନିର୍ଯାତନା ବଢ଼ୁଥିବା ସହ କରୋନାର ପ୍ରକୋପ ମଧ୍ୟ ବଢିଛି। ତେଣୁ ସଂଗଠନ ଛାଡି ଏବେ କ୍ୟାଡର ମାଓବାଦୀ ସହ ପାର୍ଟି ମେମ୍ବରମାନେ ଆତ୍ମସମର୍ପଣ କରୁଛନ୍ତି।

ତେବେ ପୁଲିସ ତରଫରୁ ସମସ୍ତ ସହଯୋଗ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ଏସପି ଶ୍ରୀ ପଲ୍ଲବ ପ୍ରକାଶ କରିଛନ୍ତି। ଏହି ତିନି ଜଣ ନାମରେ ବହୁ ମାଓ ହିଂସା ରହିଥିବା ପୁଲିସ କହିଛି। ତେବେ ପୁଲିସର ଘରକୁ ଫେରିଆସ ଅଭିଯାନରେ ହିଁ ଏମାନେ ପ୍ରଭାବିତ ହୋଇ ସଂଗଠନ ଛାଡିଥିବା କହିଥିଲେ।

ସମ୍ବନ୍ଧିତ ଖବର