୪୫କେଜି ୪୦୦ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳ: କନ୍ଧମାଳ ଫିରିଙ୍ଗିଆ ପୁଲିସ ମାଶ୍ରିପଡ଼ା- କେଲାପଡ଼ା ରାସ୍ତା ନିକଟସ୍ଥ ମାଶ୍ରିପଡ଼ା ନିକଟରୁ ବୁଧବାର ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ କନ୍ଧମାଳ ଜିଲ୍ଲା ଉଦୟଗିରି ଗ୍ରାମର ସୁନିଆ ନାଏକଙ୍କ ପୁଅ ଲକ୍ଷ୍ମଣ ନାଏକ ବୋଲି ଜଣାପଡ଼ିଛି। ପୁଲିସ ଲକ୍ଷ୍ମଣ ନାଏକଠାରୁ ୪୫କେଜି ୪୦୦ଗ୍ରାମ ଗଞ୍ଜେଇ ସହିତ ଗୋଟିଏ ହୋଣ୍ଡା ସିଟି କାର (ଓଆର୍‌-୦୨-ବିଓ୍ଵାଇ-୭୨୪୮) ଓ ମୋବାଇଲ ଫୋନ୍‌ ଜବତ କରିଛି।

ସମ୍ବନ୍ଧିତ ଖବର