କନ୍ଧମାଳ: ୫୭ ହଜାର ଗଞ୍ଜେଇ ଗଛ ପୋଡ଼ାଗଲା

କନ୍ଧମାଳ: ବୁଧବାର କନ୍ଧମାଳ ଜିଲ୍ଲା ମୁର୍ଜା ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ୍ ଗଞ୍ଜେଇ ଗଛ କାଟିବା ଅଭିଯାନ ଆରମ୍ଭ କରିଥିଲେ। ଏହି ଗଞ୍ଜେଇ ଗଛ କଟା ସକାଳ ଆଠଟାରୁ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ଚାଲିଥିଲା। ଜିଲ୍ଲାର ମାନ୍ଦିବାଲା, କଦାରି ଓ ଲବାଙ୍ଗି ଓ ସାରଲାଗୁଡାର  ୫୭ ଏକର ଜମିରୁ ଗଞ୍ଜେଇ ଗଛ କଟାଯିବା ସହିତ ଗଛକୁ ଜଳାଯାଇ ନଷ୍ଟ କରି ଦିଆଯାଇଥିଲା।

ଏହି ଅଭିଯାନରେ ସର୍ବମୋଟ ୫୭,୦୦୦ ଗଞ୍ଜେଇ ଗଛର କଟାଯାଇଥିଲା, ଯାହାର ମୂଲ୍ୟ ୬କୋଟି ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଗଞ୍ଜେଇ ଗଛ କଟା ଯାଉଥିବା ସ୍ଥାନରୁ ପାଣିପମ୍ପ ଓ ପାଇପ୍‌ ବି ଜବତ କରାଯାଇଛି। ଏସ୍‌ଆଇ ନିରଞ୍ଜନ କୁମାରଙ୍କ ସହିତ ଗୋଚ୍ଛାପଦା ପୁଲିସ,  ଡିଭିଏଫ୍‌ ଓ ସିଆର୍‌ପିଏଫ୍‌ ଯବାନ ବି ଘଟଣାସ୍ଥଳକୁ ଜଗି ରହିଥିଲେ।

ସମ୍ବନ୍ଧିତ ଖବର