ପରିବାର ସହ ଫେରିବା ବେଳେ ମୁହାଁମୁହିଁ ଧକ୍କା ହେଲା କାର୍‌-ଅଟୋ, ୮ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ କାଲୋକୁଦର ନିକଟରେ ଅଟୋ-କାର୍‌ ମୁହାଁମୁହିଁ ଧକ୍କା ‌ହୋଇଛି। କାର୍‌ ଧକ୍କାରେ ଅଟୋଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା। ଦୁର୍ଘଟଣାରେ ଅଟୋ ଡ୍ରାଇଭର ସମେତ ପରିବାର ୭ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ରାଉରକେଲାର ଲଖା ସିଂହ (୫୬), ତାଙ୍କର ଦୁଇ ଝିଅ ସୋନି କୌର, ପ୍ରୀତି କୌର, ଲଖାଙ୍କ ଭାଉଜ ଅମରଜିତ୍‌ କୌର (୫୨) ତାଙ୍କ ପୁଅ ପ୍ରିୟା ସିଂହ (୧୯), ପୁଅ କିରନ କୌର (୧୪), ଗୋପି ସିଂହ (୧୮)।

ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ବ୍ରାହ୍ମଣୀତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋ, କାର୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଲଖା ଓ ତା’ର ଭାଉଜ ଅମରଜିତ୍‌ ପରିବାର ସହ ଅଟୋରେ ରାଜଗାଙ୍ଗପୁର ଗୁରୁଦ୍ବାରରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେବାକୁ ଯାଇଥିଲେ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ପରିବାର ସହ ଅଟୋରେ ରାଉରକେଲା ଫେରୁଥିଲେ। ବେଦବ୍ୟାସ କାଲୋକୁଦର ଛକ ନିକଟରେ ଧୀରେ ଆସୁଥିବାରକୁ ଅତିକ୍ରମ କରୁଥିବାବେଳେ ମୁହାଁମୁହିଁ ଧକ୍କା ହୋଇଥିଲା।

ସମ୍ବନ୍ଧିତ ଖବର