କୋଭିଡ୍ ଯୋଦ୍ଧାଙ୍କୁ ମହାପ୍ରସାଦ ବଣ୍ଟନ 

ଛତ୍ରପୁର : ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ କରୋନା ଯୋଦ୍ଧା ତଥା ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କୁ ଭାରତ ବିକାଶ ପରିଷଦ ଗଞ୍ଜାମ ଶାଖା ପକ୍ଷରୁ ମହାପ୍ରସାଦ ବଣ୍ଟନ କରାଯାଇଛି। କରୋନା ସଂକ୍ରମିତଙ୍କୁ ନୂଆ ଜୀବନ ଦେବା ଓ ସଚେତନତା କରିବା ଦିଗରେ କରୋନା ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ। ଏପରିକି ଅନେକ କର୍ମଚାରୀ ନିଜେ ସଂକ୍ରମିତ ହୋଇ ପୁଣି ନିଃସ୍ବାର୍ଥପର ସେବା ଦିଗରେ ମନୋନିବେଶ କରିବା, ସମସ୍ତଙ୍କ ପାଇଁ ଉଦାହରଣ ବୋଲି ପରିଷପ ପକ୍ଷରୁ କୁହାଯାଇଛି। ଭାରତ ବିକାଶ ପରିଷଦ ଗଞ୍ଜାମ ଶାଖା ଅଧ୍ୟକ୍ଷ ଇ.ରାମା ରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ସଦସ୍ୟ କ୍ରିଷ୍ଣାଚନ୍ଦ୍ର ଜେନା ଓ ବରୁଣ କୁମାର ପାଣିଗ୍ରାହୀ ଏବଂ ଡାକ୍ତର କିରଣ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ଜ୍ଞାନେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର