ଆର. ଉଦୟଗିରି ଥାନା ବିଲେଇକୂଅଁ ଘାଟିରୁ ଖସିଲା ୧୦ଚକିଆ ଟ୍ରକ୍‌, ୩ ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଆର.ଉଦୟଗିରି ଥାନା ବିଲେଇକୂଅଁ ଘାଟିରୁ ଶୁକ୍ରବାର ଅପରାହ୍ନରେ ୧୦ଚକିଆ ଟ୍ରକ୍‌ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ଆର୍‌, ଉଦୟଗିରିଠାରୁ ୨କିମି ଦୂର ବାଦପୁର ଘାଟିରେ ପାରଳାଖେମୁଣ୍ଡି ପଟୁ ଆସୁଥିବା ଏକ ମୂଳା ବୋଝେଇ ଟ୍ରକ୍‌ ଦ୍ରୁତଗତିରେ ଆସୁଥିବା ସମୟରେ ହଠାତ୍‌ ୨୦୦ମିଟର ତଳକୁ ଭାରସ୍ୟାମ ହରାଇ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବିଭାଗ ଓ ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ।

 

ସମ୍ବନ୍ଧିତ ଖବର