ଭାରତ ସହ ସଂପର୍କକୁ ଦୃଢ଼ କରିବାକୁ ହେଲେ ପାକିସ୍ତାନକୁ ପ୍ରଥମେ ଧର୍ମନିରପେକ୍ଷ ହେବାକୁ ପଡ଼ିବ: ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ

ପୁଣେ: ଭାରତ ସହ ଦୃଢ଼ ସଂପର୍କ ସ୍ଥାପନ କରିବାକୁ ହେଲେ ପାକିସ୍ତାନକୁ ପ୍ରଥମେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେବାକୁ ହେବ ବୋଲି କହିଛନ୍ତି ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ।

ପୁଣେସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ଅବସରରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ କହିଛନ୍ତି, ‘ଏକ ମୁସଲିମ୍‌ ରାଷ୍ଟ୍ର ଭାବେ ପାକିସ୍ତାନର ଗଠନ ହୋଇଥିଲା। ଯଦି ଏବେ ପାକିସ୍ତାନ ଭାରତ ସହ ମିଶି ଏକ ହୋଇ ରହିବାକୁ ଚାହୁଁଛି, ତେବେ ତାକୁ ପ୍ରଥମେ ଆମ ପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହେବା ପାଇଁ ପଡ଼ିବ। ତେବେ ଯାଇ ଭାରତ ସହ ମିଶି ଏକ ହୋଇ ରହିବା ପାଇଁ ବାଟ ଫିଟିବ।’
ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଆୟୋଜିତ କର୍ତ୍ତାରପୁର କରିଡର ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ ଯେ ବର୍ତ୍ତମାନ ଆଉଥରେ ଦୁଇଦେଶ ମିଶି ଏକ ହୋଇଯିବାର ସମୟ ଆସି ଯାଇଛି। ଏବଂ ଦୁଇ ଦେଶ ପରସ୍ପର ଆଡ଼କୁ ବନ୍ଧୁତାର ହାତ ବଢ଼ାଇବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ରଖି ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ ପାକିସ୍ତାନକୁ ପ୍ରଥମେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର