କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା ଅଭିଯୋଗ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅର୍ନ୍ତଗତ ଲୁହାକାନୀ ଗ୍ରାମପଂଚାୟତ କାଶିପେନ୍ଟ ଗ୍ରାମର ଜଣେ ବୃଦ୍ଧ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ହେଲେ ଦୁସୁ ସିଂ (୭୦)।

ସୂଚନା ଅନୁଯାୟୀ ଗତ ରାତ୍ରିରେ କାଶିପେନ୍ଟ ଗ୍ରାମର ଦୁସୁ ସିଂ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ହସ୍ପିଟାଲ ପହଂଚି ଶବକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର