ଓଡ଼ିଶାରେ ପୁଣି ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ!, ଅଭିଯୁକ୍ତ ଅଟକ

ରାଉରକେଲାରେ ଦୁଷ୍କର୍ମର ଶିକାର ହେଲା ୧୩ ବର୍ଷୀୟ ନାବାଳିକା

ବ୍ରହ୍ମପୁର: ଓଡ଼ିଶାରେ ପୁଣି ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳରେ ୧୪ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

ନାବାଳିକାର ପରିବାର ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବୁଧବାର ଦିବ୍ୟାଙ୍ଗ ବାଳିକା ଯେତେବେଳେ ଘରେ ଏକାକୀ ଥିଲା, ଏହାକୁ ସୁଯୋଗ ଭାବି ଏମ୍‌ ଲିଙ୍ଗରାଜ ପାତ୍ର ନାମରେ ଜଣେ ଯୁବକ ଘରେ ପ୍ରବେଶ କରିଥିଲା। ଘଟଣା ସଂପର୍କରେ ଅବଗତ ହେବା ପରେ ପରିବାର ଲୋକେ ଗ୍ରାମ୍ୟ କମିଟିକୁ ଅବଗତ କରିଥିଲେ। ଗ୍ରାମ୍ୟ କମିଟି ପାତ୍ରକୁ ଦୋଷୀ ସାବ୍ୟସ୍ତ କରିବା ପରେ ଜରିମାନା ଦେବାକୁ କହିଥିଲେ। ଅନ୍ୟପକ୍ଷରେ କମିଟିର ନିଷ୍ପତ୍ତିକୁ ପାତ୍ର ସ୍ୱୀକାର କରି ନଥିଲା।

ରାଉରକେଲାରେ ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଶୋଇଥିବା ବେଳେ ଅଭିଯୁକ୍ତ ଘରକୁ ପଶି ଏହି କାମ କରିଥିଲା। ଅଭଯୋଗ ହେବା ପରେ ପୁଲି ଅଭିଯୁକ୍ତ ହାବିଲ ହଂସକୁ ଅଟକ ରଖି ପଚରାଉଚରା କରୁଛି।

ଏହା ପରେ ନାବାଳିକାର ବାପା ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ସୂଚନାଯୋଗ୍ୟ ଚଳିତ ମାସ ଆରମ୍ଭରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା।

ସମ୍ବନ୍ଧିତ ଖବର