କଟକ: ବଜ୍ରପାତରେ ୨ ମୃତ, ୩ ଗୁରୁତର

କଟକ: ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ମଙ୍ଗଳବାର କଟକ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ପାଳଦା ଗ୍ରାମରେ ବିଲରେ ଚାଷ କରୁଥିବା ବେଳେ ଜଳନ୍ଧର ଦାସ ଓ ମହେଶ୍ୱର କାଣ୍ଡିଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଏକ ଘଟଣାରେ ରାମକୃଷ୍ଣପୁର ଗ୍ରାମର ଗୋପାଳ ମଲ୍ଲ, ଜଟାଧାରୀ ଲେଙ୍କା ଓ ମନ୍ଦାକିନୀ ବେହେରା ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର