ବାଲେଶ୍ୱର: କଲେଜ ପଢୁଆ ଧରମ ଝିଆରୀକୁ ନେଇ ଡ୍ରାଇଭର ଫେରାର, ଥାନାରେ ଅଟକ

ପରିବାର ଲୋକଙ୍କ ମନରେ ସନ୍ଦେହ ହେବାରୁ ଗୁଜରାଟ ଯିବା ଯୋଜନା ବିଫଳ

ବାଲେଶ୍ୱର: କଲେଜ ପଢୁଆ ଧରମ ଝିଆରୀକୁ ଗୁଜରାଟ ନେଇ ପଳାଇକୁ ଯୋଜନା କରୁଥିବା ଜଣେ ଡ୍ରାଇଭରକୁ ଶୁକ୍ରବାର ବାଲେଶ୍ୱର ଟ୍ରାଫିକ ପୁଲିସ ଉଦ୍ଧାର କରି ସହଦେବଖୁଣ୍ଟା ଥାନାକୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବାଲିନଗର ଗାଁର ଭିକି ମଲ୍ଲିକ(୩୦) ଯୁକ୍ତ ୩ ପଢୁଥିବା ଜଣେ ଛାତ୍ରୀଙ୍କୁ ସେହି ଅଞ୍ଚଳର ଜଣେ ଡ୍ରାଇଭର ଝିଆରୀ କହୁଥିଲା। ସଂପୃକ୍ତ ଡ୍ରାଇଭର ଜଣକ ଝିଆରୀ ଘରକୁ ବହୁ ଦିନରୁ ଯିବା ଆସିବା କରୁଥିଲା। ଏହାରି ଭିତରେ ଉଭୟ ଦାଦା-ଝିଆରୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଯୋଜନା ମୁତାବକ ସେମାନେ ଗୁଜରାଟ ଯିବାକୁ ପ୍ରସ୍ତୁତ ଥିଲେ। ସେଥିପାଇଁ ଡ୍ରାଇଭର ଜଣକ ଶୁକ୍ରବାର ସକାଳୁ ଭଦ୍ରକରୁ ଟ୍ରେନରେ ସୋରରେ ପହଞ୍ଚି ଥିଲା। ପରେ ଝିଆରୀ ମଧ୍ୟ କିଛି ସମୟ ପରେ ସୋରରେ ପହଞ୍ଚି ଥିଲା। ଏଣେ ପରିବାର ଲୋକେ ଦାଦା-ଝିଆରୀଙ୍କୁ ଅନୁସରଣ କରୁଥିଲେ। କାରଣ ସେମାନେ ପୂର୍ବରୁ ପରିବାରର ସନ୍ଦେହ ଘେରରେ ଥିଲେ।

ଡ୍ରାଇଭର ପ୍ରେମରେ କଲେଜ ଛାତ୍ରୀ

କୁହାଯାଇଥାଏ ପ୍ରେମ ପାଇଁ ଯୋଗ୍ୟତାର ଆବଶ୍ୟକତା ନଥାଏ। ଏହା କେତେବେଳେ କେଉଁ ପରିସ୍ଥିତିରେ ହୁଏ ତାହା କେହି ଜାଣି ନଥାନ୍ତି। ପ୍ରେମରେ ଯିଏ ଅନ୍ଧ ହୁଏ, ସେ ନିଜର ହିତାହିତ ଜ୍ଞାନ ଭୁଲିଯାଇ ଥାଏ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାସୁଦେବପୁର ଅଞ୍ଚଳର କଲେଜ ଛାତ୍ରୀ-ଡ୍ରାଇଭର। ୨ଟି ସନ୍ତାନର ପିତାଙ୍କୁ ନ ହେଲେ ଭଲ ପାଇ ନିଜ ପରିବାର ଛାଡ଼ି ଗୁଜରାଟ ଯିବାକୁ ବାହାରି ଥାନ୍ତେ କିପରି?

ସୋରରେ ଏକାଠି ହେବା ପରେ ଦାଦା-ଝିଆରୀ ବାଲେଶ୍ୱର ଯାଉଥିବା ଏକ ବସରେ ବସିଥିଲେ। ସେହିଭଳି ପୂର୍ବରୁ ଅନୁସରଣ କରୁଥିବା ପରିବାର ଲୋକେ ମଧ୍ୟ ସେହି ବସରେ ଚଢ଼ିଲେ। ଏହାରି ଭିତରେ ଯାତ୍ରୀ ଗହଣରେ ପାଟିତୁଣ୍ଡ ହୋଇଥିଲା। ପ୍ରତକ୍ଷ୍ୟଦର୍ଶୀଙ୍କ ଆଗରେ କଲେଜ ଛାତ୍ରୀ କହିଥିଲେ ଆମେ ଦୁଇ ଜଣ ପତି-ପତ୍ନୀ। ତିନି ମାସ ତଳେ ଆମର ବାହା ଘର ସରିଛି। ଏହା କହି ଝିଅଟି ପୂର୍ବରୁ ଆଣିଥିବା ସିନ୍ଦୁର ମଥାରେ ବୋଳିବା ସହିତ ହାତରେ ଚୁଡ଼ି ପିନ୍ଧିଥିଲା।

ବସଟି ବାଲେଶ୍ୱର ବସଷ୍ଟେସନରେ ପହଞ୍ଚିବା ଝିଅର ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଟ୍ରାଫିକ ପୁଲିସ ଘଟଣାସ୍ଥଳରେ ପହଞ୍ଚି, ଉଭୟ କଲେଜ ଛାତ୍ରୀ ଓ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ପୁଲିସ ପରିବାର ଲୋକଙ୍କ ଅଭିଯୋଗ ନେଇ ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର