ଗଛରୁ ପଡ଼ି ବୃଦ୍ଧା ଗୁରୁତର

ଅମ୍ବାଭୋନା: ଅମ୍ବାଭୋନା ଥାନା ଅନ୍ତର୍ଗତ ସତୀଦର୍ରା ଗ୍ରାମର ଛିବୁ ଗଣ୍ଡ (୬୨) ଆଜି ସକାଳ ୯ଟାରେ ବହଲ ଗଛରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି। ନିକଟସ୍ଥ ଲୁୁଦୁପାଲି କ୍ଷେତରେ ଥିବା ବହଲ ଗଛର ପତ୍ର ଓ ଫୁଲ ତୋଳିବା ପାଇଁ ଗଛ ଉପରକୁ ଚଢିଥିଲେ। ଗଛର ଏକ ଡାଳ ଭାଂଗିଯିବାରୁ ପ୍ରାୟ ୨୫ ଫୁଟ ତଳକୁ ମୁହଁ ମାଡି ଖସି ପଡିଥିଲେ। ତାଙ୍କୁ ଅମ୍ବାଭୋନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର