ବନ୍ତରେ ଭୟାବହ ଅଗ୍ନିକାଣ୍ଡ: ପନ୍ଦର ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ତ ତହସିଲ ଅନ୍ତର୍ଗତ ତୁଣ୍ଡା ନରସିଂହପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଗାଁର ବିଷ୍ଣୁ ଜେନା, ନବ ଜେନା ଓ ପୂର୍ଣ୍ଣ ଜେନାଙ୍କର ବାର ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।

ବିପନ୍ନ ପରିବାରର ସାତଗୋଟି ଗୋରୁ ଅର୍ଦ୍ଧଦଗ୍ଧ ହୋଇଥିଲା ବେଳେ ତିନି ଶହ ବସ୍ତା ଧାନ, ଦଶ ବସ୍ତା ଚାଉଳ ମଟର ସାଇକେଲ ସମେତ ପନ୍ଦର ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର