ଭିଜିଲାନ୍ସ ଜାଲରେ ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ପଡ଼ିଥିବାର ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।

ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ନାମ  ଆଶୁତୋଷ ମିଶ୍ର ବୋଲି ଜଣାପଡ଼ିଛି । ମହୁଲପାଟଣା ଫାଣ୍ଡିର ପୂର୍ବତନ ଏ ଏସ ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫା ଦଫା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆଶୁତୋଷ ମିଶ୍ର । ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର।  ଆଶୁତୋଷ ମିଶ୍ର ଏ ଏସ ଆଇ ଠାରୁ ୩ ଲକ୍ଷ ଦାବି କରୁଥିଲେ । ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା।

ସମ୍ବନ୍ଧିତ ଖବର