ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ମୃତ

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଲା ଛତ୍ରିଆପଡ଼ା ଛକ ନିକଟରେ ଏକ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀ ମୃତ୍ୟୁ ହୋଇଛି। ସୂଚନାନୁସାରେ କୋମନା ଥାନା ବରକୋଡ଼ ଗ୍ରାମର ଶ୍ରୀୟକାନ୍ତ ସାହୁ (୨୭) ଆଜି ଅପରାହ୍ଣ ୫ଟାରେ ବାଇକ୍‌ (ଓଡି୧୭ଏଚ୍‌-୪୭୪୬)ରେ ଭେଲା ଆଡକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି (ଓଆର୍‌୦୫ଏବି-୩୧୮୮) ଭେଲା ଛତ୍ରିଆପଡ଼ା ଛକ ପାଖରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀୟକାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଖବର ପାଇ କୋମନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉଭୟ ଗାଡ଼ିକୁ ଜବତ କରିଛି। ଶ୍ରୀୟକାନ୍ତ ପ୍ରାଣୀ ଚିକିତ୍ସା ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଗତବର୍ଷ ତାଙ୍କର ବିବାହ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର