ମାଲ୍ ବୋଝେଇ ଟ୍ରକ୍ ସହ ବାଇକ ଧକ୍କା ଯୁବକ ଗୁରୁତର

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଠାରୁ ମାତ୍ର ୨ଶହ ମିଟର ଦୂର ପରିବା ମାର୍କେଟ ଛକ ଠାରେ ଆଜି ଭୋର୍ ସମୟରେ ଏକ ମାଲ୍ ବୋଝେଇ ଟ୍ରକ୍ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଶୋରିଷମୂଳି ଗ୍ରାମର ନିଳାଞ୍ଚଳ ସ୍ବାଇଁ ନାମକ ଏକ ଯୁବକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହାତକୁ ଉଦ୍ଧାର କରିବା ସହ ଦୁର୍ଘଟଣଗସ୍ତ ଟ୍ରକ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ନିଳାଞ୍ଚଳ ମେଡ଼ିସିନ୍ ଧରି ଖାଲାସି ସାହିରୁ ମୁଖ୍ୟ ସଡ଼କ ଆଡ଼କୁ ଯାଉଥିବା ବେଳେ ସେହି ସମୟରେ ବ୍ରହ୍ମପୁରରୁ ସମ୍ବଲପୁର ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ଏଥିରେ ଟ୍ରକ୍ ସହ ଧକ୍କା ଖାଇ ନିଳାଞ୍ଚଳ ଦୂରକୁ ଛିଟିକି ପଡିଥିବା ବେଳେ ତାଙ୍କ ବାଇକ୍ଟି ଟ୍ରକ ତଳେ ଫସି ରହିଥିଲା। ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ୍ଟି ଡାହାଣକୁ ବୁଲାଇଥିବା ବେଳେ ରାସ୍ତା ମଝିରେ ଥିବା ଡ଼ିଭାଇଡ଼ର ସହ ଧକ୍କା ହୋଇଥିଲା। ଏଥିରେ ଡ଼ିଭାଇଡର କିଛି ଅଂଶ ଭାଙ୍ଗିବା ସହ ଲାଇଟ ଖୁଣ୍ଟ ଓ ସିଗ୍ନାଲ୍ ପୋଷ୍ଟ ଭାଙ୍ଗିଯାଇଛି। ପୁଲିସ ଟ୍ରକ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର