ବୁର୍ଲା ମେଡିକାଲ କଲେଜର ଅଧିକାରୀ ଅଭ୍ୟାସଗତ ଭାବେ ବିଳମ୍ବରେ ଆସିବାରୁ ପ୍ରକୋଷ୍ଠରେ ତାଲା ପକାଇଲେ ନିର୍ଦ୍ଦେଶକ

ସମ୍ବଲପୁର: ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅଭ୍ୟାସଗତଭାବେ ବିଳମ୍ବରେ ଆସିବାରୁ ପ୍ରଶାସନିକ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ନିର୍ଦ୍ଦେଶକ ପକାଇଛନ୍ତି । ଏହି ପ୍ରାଶାସନିକ ଅଧିକାରୀଙ୍କ ନାମ ଗୋପାଳସ୍ୱାମୀ ନାଇଡୁ।

ଗୋପାଳସ୍ୱାମୀ ନାଇଡୁ କହିଛନ୍ତି, ‘ମୁଁ ବିଳମ୍ବରେ ଆସିବାରୁ ମୋ ରୁମ୍‌କୁ ଏପରି ତାଲା ପକାଇ ମୋତେ ଅପମାନ କରାଯାଇଛି । ତେଣୁ ମୁଁ ଆଉ ରୁମ୍‌ରେ ନବସିବି ନାହିଁ। ଏହି ଘଟଣା ନେଇ ପ୍ରଶାସନିକ ଅଧିକାରୀ ଓ.ଏ.ଏସ ସଂଘର ଦ୍ୱାରସ୍ଥ ହୋଇଛନ୍ତି ନାଇଡୁ।’

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନିର୍ଦ୍ଦେଶକଙ୍କ ଅଭିଯୋଗ କରି କହିଛନ୍ତି, ଗୋପାଳସ୍ୱାମୀ ଅଫିସକୁ ଅଭ୍ୟାସଗତ ଭାବେ ବିଳମ୍ବରେ ଆସ ଥାଆନ୍ତି। କାହାକୁ କିଛି ନଜଣାଇ ଛୁଟିରେ ରୁହନ୍ତି। କାର୍ଯ୍ୟାଳୟ ପ୍ରକୋଷ୍ଠରେ କେବେ ବସନ୍ତି ନାହିଁ। କେବଳ ଏତିକି ନୁହେଁ କାମ ମଧ୍ୟ ସଠିକ ଭାବେ କରନ୍ତି ନାହିଁ। ଏପରି ଘଟଣାକୁ ନେଇ ବୁର୍ଲା ମେଡିକାଲ କଲେଜରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର