କୋରାପୁଟ: ବେଜେଡି କାର୍ଯ୍ୟାଳୟ ଉଦ୍‌ଘାଟିତ

ଲକ୍ଷ୍ମୀପୁର: ଆସନ୍ତା ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଠିରେ ରଖି ଗୁରୁବାର କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରେ ଗୁରୁବାର ବିଜେଡିର କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛିା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱରେ ଥିବା କୋରାପୁଟ ବେଜେଡି ସହ ପର୍ଯ୍ୟବେକ୍ଷକ ଶିବ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲୋ ଏସଡିସି ମେମ୍ବର ପାରଦା କୁଲେସିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବ୍ଲକ ସଭାପତି ଦ୍ରୋଣ ଖୋସଲାଙ୍କ ଉଦ୍ୟମରେ ଜାତୀୟ ରାଜପଥ କଡରେ ରହିଥିବା ଦୁଇଟି ଏକତ୍ରିତ ଷ୍ଟଲ୍‌ ଭଡା ସୁତ୍ରରେ ନିଆଯାଇ କାର୍ଯ୍ୟାଳୟ କରାଯାଇଛିା

କାର୍ଯ୍ୟାଳୟର ଉଦଘାଟନ ପରେ ଦଳୀୟ କର୍ମୀଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲାା ଅନେକ ବାଦ ବିବାଦ ଥିଲେ ସୁଧା ବର୍ତ୍ତମାନ ସମସ୍ତ କଥାକୁ ଭୁଲି ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ପଞ୍ଚମ ଥର ସକାଶେ ବିଜୟୀ କରାଇବା ଜରୁରୀ। ତେଣୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଭୁ ଜାନିଙ୍କ ଉଦ୍ଦେଶ୍ୟରେ ସମସ୍ତ କର୍ମୀ ପ୍ରଚାର ପ୍ରସାରରେ ଲାଗିପଡିବାକୁ ପଟ୍ଟନାୟକ ଅନୁରୋଧ କରିଥିଲୋ

ସମ୍ବନ୍ଧିତ ଖବର