କଂଗ୍ରେସରେ ମିଶିଲେ ବିଜେଡି ନେତା 

ଜୟପୁର: ଗତ କିଛି ଦିନ ହେବ ସହରରେ ତିନି ପ୍ରମୁଖ ରାଜନୈତିକ ଦଳର ବିଭିନ୍ନ କାର୍ଯ୍ୟକ୍ରମ ସଭାସମିତି ଆୟୋଜନ କରିବା ସହ ବିଭିନ୍ନ ଦଳର ନେତା, କୁଜି ନେତା, କର୍ମୀ ଆଦିଙ୍କୁ ନିଜ ନିଜ ଦଳରେ ସାମିଲ କରିବା ପ୍ରକ୍ରିୟା ଜାରି ରହିଛି। ଏକ ରକମର ରାଜନୈତିକ ଉଷ୍ମତା ଧିରେ ଧିରେ ବଢ଼ିବାରେ ଲାଗିଛି।

ଏହି କ୍ରମରେ ଆଜି କଂଗ୍ରେସରେ ବିଜେଡିର କିଛି ତୁଙ୍ଗ ଯୁବ ନେତା ଯୋଗ ଦେଇଥିଲେ। ସ୍ଥାନୀୟ କୋଭିଡ୍ ଡାକ୍ତରଖାନା ସମ୍ମୁଖରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଏକ ଶୋଭାଯାତ୍ରାରେ ନଗର କଂଗ୍ରେସ ପକ୍ଷରୁ ନୂଆସାହି ଦେଇ ନିଆଯାଇଥିଲା। ସଭାକୁ ନଗର ସଭାପତି ନରେନ୍ଦ୍ର ମହାନ୍ତି ସଭାପତିତ୍ବ କରିଥିଲେ।

ଏଥିରେ ଟୁଟୁ ବାହାଦୁର, ସନ୍ତୋଷ ମେକାପ, ଭୁଷଣ ବାହାଦୁର, ଦୀନବନ୍ଧୁ ବିଷୋୟୀ, କେ.ଅରୁଣ କୁମାର, ସୁରେନ୍ଦ୍ର ବେହେରା, ଅଜିତ ଅଧିକାରୀ, ରଂଜିତ କୁମାର ହୋତା, ପିପିପି ହେମନ୍ତ କୁମାର ଆଦିଙ୍କ ସହ ସହରର କିଛି ଅଂଚଳର ୬୦ଜଣ ମିଶିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗଙ୍ଗାଧର ସାହୁ, ସତ୍ୟନାୟକ, କେ.ଇଶ୍ବର ସାରାଫ, ସଂଜୁ ନାୟକ, ବିଶ୍ବଜିତ ଦଣ୍ଡସେନା, ଲକ୍ଷ୍ମୀ ପଟ୍ଟନାୟକ, ସୁକାନ୍ତ ପଟ୍ଟନାୟକ, ବସନ୍ତ ନାୟକ, ଡି.ଶ୍ରିନୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର