ଖୁବଶୀଘ୍ର କାର୍ଯ୍ୟକାରୀ ହେବ ମନ୍ତେଇ ସେତୁ: ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାର ବହୁ ପ୍ରତିକ୍ଷିତ ଚାନ୍ଦବାଲି ବ୍ଲକରେ ବଂଶ ଡ଼ା ଘାଟର ମନ୍ତେଇ ସେତୁ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଜି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ‘ସମ୍ବାଦ’କୁ କହିଛନ୍ତି। ବନ୍ଦର ନଗରୀ ଧାମରା ଓ ଚାନ୍ଦବାଲି ବ୍ଲକକୁ ସଂଯୋଗ କରିବା ଲାଗି ବଂଶ ଡ଼ା ଠାରେ ମନ୍ତେଇ ନଦୀ ଉପରେ ଏକ ସ୍ଥାୟୀ ସୁଦୃଢ ପକ୍କା ସେତୁ ନିର୍ମାଣ ଲାଗି ଆଜକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟଧରି ଏହି ଅଞ୍ଚଳବାସୀ ଦାବି କରି ଆସୁଥିଲେ। ମାତ୍ର କେହି ଏହି ଦାବି ପୂର୍ଣ୍ଣ କରିବାରେ ସହଯୋଗ କରି ନଥିଲେ। ଏପରିକି ଧାମରା ଠାରେ ବନ୍ଦର ନିର୍ମାଣ ହୋଇ କାର୍ଯ୍ୟକାରୀ ହେଲା। ବନ୍ଦର କମ୍ପାନି ଏହି ନଦୀ ଉପରେ ନିଜର ରେଳ ଲାଇନ୍ ନେବା ଲାଗି ବଂଶ ଡ଼ା ଘାଟରେ ସେତୁ ନିର୍ମାଣ କଲା। ମାତ୍ର ରାଜ୍ୟ ସରକାର ଏଠାରେ ସେତୁ ନିର୍ମାଣ ଲାଗି ଟେଣ୍ଡର ପରେ ଟେଣ୍ଡର କଲେ। ହେଲେ ସବୁ ଟେଣ୍ଡର ବାତିଲ ହେଲା। ୧୮ ଥର ଟେଣ୍ଡର ପରେ ଶେଷରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଏଇ ସେତୁ ଏକ ଚାଲେଞ୍ଜ ସୃଷ୍ଟି କଲା। ରାଜ୍ୟ ସରକାରଙ୍କ ଉପରେ ନିଜ ଅଞ୍ଚଳ ପାଇଁ ତୃତୀୟ ମହଲାରେ ଚାପ ପକାଇ ମନ୍ତେଇ ସେତୁ କାର୍ଯ୍ୟ ଆରମ୍ଭ କଲେ। ଏବେ ସେତୁ କାର୍ଯ୍ୟ ଦୃତ ଗତିରେ ଚାଲୁଥିବା ବେଳେ ନିର୍ମାଣ ଜାରି ସଂସ୍ଥା ସେତୁ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାରେ ବିଳମ୍ବ କରୁଛି।
Sambad
ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ସେତୁ କାର୍ଯ୍ୟକ୍ଷମ ନହେଲେ ଏହା  ବିଧାୟକ  ବ୍ୟୋମକେଶ ରାୟ ଓ ରାଜ୍ୟ ସରକାରଙ୍କ ପାଇଁ ଏକ ଚାଲେଞ୍ଜ ହୋଇଯିବ। ତେଣୁ ସେତୁ କାର୍ଯ୍ୟ ଶୀଘ୍ର କରି ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଜିଲ୍ଲା ପ୍ରଶାସନ ଉପରେ ସରାକରଙ୍କର ଚାପ ରହିଛି। ଯେଉଁଥି ଲାଗି ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମନ୍ତେଇ ସେତୁ  ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ  ବାରମ୍ବାର ତଦାରଖ କରିବାକୁ ବଂଶ ଡ଼ା ଯାଉଛନ୍ତି।

ଆଜି  ଜିଲ୍ଲାପାଳ ଏହି ସେତୁ ନିର୍ମାଣ କ୍ଷେତ୍ରୀୟ ତଦନ୍ତ କରିବାକୁ ଯାଇଥିବା ବେଳେ ରାସ୍ତା ଓ ଗୃହ ନିର୍ମାଣର ଅଧିକ୍ଷଣ ଯନ୍ତ୍ରୀ ଓ ଚାନ୍ଦବାଲି ତହସିଲ ଦାର ସେଠାରେ ଉପସ୍ଥିତ ଥିଲେ। ସେତୁର ଆହୁରି ଗୋଟିଏ ପ୍ଲେଟ୍ ପଡି ନଥିବା ବେଳେ ଏହାର ଉଭୟ ପାର୍ଶ୍ଵରେ ଆପ୍ରୋଚ ରୋଡ କାର୍ଯ୍ୟ ଶେଷ ହୋଇ ନାହିଁ। ତୁରନ୍ତ ଏହି କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର