ପୋଲରେ ଫସିଲା ଘରୋଇ ବସ୍, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ

ପଡ଼ିଆ: ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ଆଜି ଏକ ଘରୋଇ ବସ୍‌ ପାଟେରୁ ନଦୀ ଉପରେ ନର୍ମିତ ପୋଲରେ ଫସିଯାଇଛି। ଘରୋଇ ବସ୍‌ (ମୁନା ଟ୍ରାଭେଲ୍‌ସ) ପଡ଼ିଆ ହୋଇ କୁର୍ତ୍ତି ଗ୍ରାମ ଅଭିମୁଖେ ଯାଉଥିବା ଘରୋଇ ବସ୍ ଭାରସାମ୍ୟ ହରାଇ ପଡିଆ-କାଲିମେଳା ମୁଖ୍ୟ ରାସ୍ତାସ୍ଥିତ କନ୍ୟାଶ୍ରମ ପୋଲରେ ତଳକୁ ଖସିବା ପୂର୍ବରୁ ଅଳ୍ପକେ ବର୍ତ୍ତୀ ଯାଇଛି। ବସ୍‌ଟି ପୋଲର ଧାରରେ ଫସି ରହିଛି ।

ସୂଚନା ଅନୁସାରେ ଘରୋଇ ବସ୍‌ଟି ଅପରାହ୍ନ ପ୍ରାୟ ସାଢ଼େ ୪ଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ପ୍ରାୟ ୧୫ ଜଣ ମହିଳାଙ୍କ ସ‌ମେତ ପାଖାପାଖି ୩୫ ଜଣ ଯାତ୍ରୀ ଥିଲେ। ଅଣଓସାରିଆ ପୋଲ ଯୋଗୁଁ ବସ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଚାଳକ ସତର୍କତାର ସହିତ ନିୟନ୍ତ୍ରଣ କରିଥିଲେ। ତେବେ ବସ୍‌ଟି ପୋଲରେ ଫସିଯାଇଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି। ବସ୍‌ଟି ଆଉ ୩୫ କିଲୋମିଟର ଯାଇଥିଲେ

ସୂଚନାଯୋଗ୍ୟ, ପାଟେରୁ ନଦୀର ଉପରେ ନିର୍ମିତ ପୋଲ ଅଣଓସାରିଆ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଗତବର୍ଷ ବନ୍ୟା ସମୟରେ ଏଠାରେ ଜଣେ ବାଇକ୍‌ ଚାଳକ ନଦୀରେ ଭାସିଯାଇଥିଲେ। ପରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରିଥିଲେ। ପୋଲ ଉପରେ ପାଚେରୀ ବଦଳରେ ଛୋଟ ଛୋଟ ଖମ୍ବ ରଖାଯାଇଛି, ଯାହାକି ପଥଚାରୀଙ୍କ ପାଇଁ ମଧ୍ୟ ସୁରକ୍ଷିତ ନୁହେଁ। ଅନ୍ୟପଟରେ ଅଣଓସାରିଆ ପୋଲ ନିକଟରେ ନିର୍ମାଣାଧୀନ ପୋଲର ୨୦୧୯ ମସିହାରୁ ଆରମ୍ଭ ହୋଇଥିଲେ ବି ଏହା କେବେ ‌‌ଶେଷ ହେବା କହିହେବ ନାହିଁ।

 

 

ସମ୍ବନ୍ଧିତ ଖବର