ଗଞ୍ଜାମରେ କରୋନା କମୁଛି ମହାମାରୀର ପ୍ରକୋପ: ୧୪ଦିନରେ ୬୦ହଜାର ୮୪୪ ନମୁନାରୁ ୩୭୭୭ପଜିଟିଭ୍‌

୩ମାସରେ ତୁଳନାରେ ଗତ ୧୪ଦିନରେ ଅଧୃକ କୋଭିଡ଼୍ ପରୀକ୍ଷା, ୨ଦିନରେ ୩ମୃତ, ୬୪୫ ସ˚କ୍ରମିତ

ବ୍ରହ୍ମପୁର: ଦୀର୍ଘ ୩ମାସ ପରେ ଗଞ୍ଜାମରେ କରୋନା ମହାମାରୀର ପ୍ରକୋପ କମିବାରେ ଲାଗିଛି। ସ˚କ୍ରମଣ ଓ ମୃତ୍ୟୁ ହାରରେ ସୁଧାର ଆସିବାରେ ଲାଗିଛି। ଗତ ୧୪ଦିନରେ ଜିଲ୍ଲାରେ ହୋଇଥିବା ୬୦ହଜାର ୮୪୪ ନମୁନା ପରୀକ୍ଷାରୁ  ୩୭୭୭ ପଜିଟିଭ ଆସିଥିବା ଜଣାପଡ଼ିଛି। ଗତ ୨ଦିନରେ କରୋନାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ୬୪୫ଜଣ ସ˚କ୍ରମିତ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ସ˚କ୍ରମିତଙ୍କ ସ˚ଖ୍ୟା ୧୪ହଜାର ୭୬୭ରେ ପହଞ୍ଚୃଛି। ଜିଲ୍ଲାରେ ସମୁଦାୟ ୧୬୨ ଜଣଙ୍କ ମୃତ୍ୟୁ ହୋଇଥିବା କୋଭିଡ଼୍ରେ ୧୫୪ ଜଣ ଏବ˚ ଅଣ କୋଭିଡ଼୍‌ ୮ ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧ତାରିଖ ଠାରୁ ୭ତାରିଖ ମଧ୍ୟରେ ଜିଲ୍ଲାରୁ ୧୮୫୧୯ ଜଣଙ୍କ ନମୁନା ସ˚ଗ୍ରହ କରି ପରୀକ୍ଷା କରାଯାଇଥିଲା। ସେଥରୁ ୧୯୬୧ ଜଣଙ୍କ ପଜିଟିଭ ବାହାରିଥିଲା। ଗତ ୮ ତାରିଖ ଠାରୁ ୧୪ ପର୍ଯ୍ୟନ୍ତ ଜିଲ୍ଲା ପରୀକ୍ଷା ହୋଇଥିବା ନମୁନା ଓ ପଜିଟିଭ ସ˚ଖ୍ୟା ସ˚କ୍ରାନ୍ତରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ  ସୂଚନା ଦିଆଯାଇଛି। ୮ତାରିଖରେ ୩୦୮୧ନମୁନାରୁ ୨୨୨ ପଜିଟିଭ୍‌, ୯ତାରିଖରେ ୩୦୮୧ ରୁ ୨୩୩, ୧୦ତାରିଖରେ ୪୪୪୬ ରୁ ୨୨୭, ୧୧ତାରିଖରେ ୬୬୦୯ ରୁ ୨୬୦, ୧୨ତାରିଖରେ ୭୬୩୧ରୁ ୨୬୭, ୧୩ତାରିଖରେ ୮୭୪୧ରେ ୨୮୦ ଏବ˚ ୧୪ତାରିଖରେ ୮୩୭୦ ରୁ ୩୨୭ଜଣଙ୍କ ପଜିଟିଭ ବାହାରିଥିବା ଜଣାପଡ଼ିଛି। ଏହି ୭ଦିନରେ ୪୨ହଜାର ୩୨୫ଜଣ  ନମୁନା ସ˚ଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ୧୮୧୬ ଜଣଙ୍କ ପଜିଟଭ୍‌ ବାହାରିଛି। ୧ତାରିଖ ଠାରୁ ୧୪ତାରିଖ ମଧ୍ୟରେ ୬୦ ହଜାର ୮୪୪ ଜଣ ନମୁନା ସ˚ଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ସମୁଦାୟ ୩୭୭୭ ପଜିଟିଭ୍‌ ଚିହ୍ନଟ ହୋଇଛି। ଜିଲ୍ଲାର ପ୍ରଶାସନ ସୂଚନା ଅନୁଯାୟୀ ଜିଲ୍ଲାର ନମୁନା ସ˚ଗ୍ରହ ଓ ପରୀକ୍ଷା ୧ଲକ୍ଷ ପାର ହୋଇଛି। ଜିଲ୍ଳାର ନମୁନା ସ˚ଗ୍ରହ ଓ ପରୀକ୍ଷା ମୋଟାମୋଟି ଭାବେ ଏପ୍ରିଲ ୩୦ତାରିଖରୁ ଠାରୁ ଆରମ୍ଭ ହୋଇଛି। ଗତ ୩ମାସ ମଧ୍ୟରେ ଜିଲ୍ଲାରେ ଯେତିକି ନମୁନା ସ˚ଗ୍ରହ ହୋଇ ପରୀକ୍ଷା ହୋଇଥିଲା ଗତ ୧୪ଦିନରେ ତା ଠାରୁ ଅଧୃକ ନମୁନା ସ˚ଗ୍ରହ ହୋଇ ପରୀକ୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ତେବେ ଏହି ପରୀକ୍ଷାରେ ଆରଟିପିସିଆର ଓ ଆଣ୍ଟିଜେନ୍‌ ଟେଷ୍ଟ ଅର୍ନ୍ତଭୁକ୍ତ ରହିଛି।

ଜିଲ୍ଳାରେ ଗତକାଲି ୫୩ବର୍ଷୀୟ ଜଣେ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆଜି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫୫ବର୍ଷୀୟ ପୁରୁଷ ଏବ˚ ମଧୁମେହ, ଉଚ୍ଚରକ୍ତଚାପ ଓ ଶ୍ବାସ ରୋଗରେ ପୀଡ଼ିତ ୬୭ବର୍ଷୀୟ ବୃଦ୍ଧ ରହିଛନ୍ତି।  ଗତ ଦୁଇଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବ ତୁଳନାରେ ଏହି ଦୁଇଦିନରେ ମୃତ୍ୟୁହାର ଟିକେ ହ୍ରାସ ପାଇଛି।
ଗତକାଲି ଜିଲ୍ଲାରୁ ୩୨୭ ଜଣ ଏବ˚ ଆଜି ୩୧୮ ଜଣ ସ˚କ୍ରମିତ ଚିହ୍ନଟ ହୋଇଛି।  ଦୁଇ ଦିନରେ ସମୁଦାୟ ୬୪୫ ସ˚କ୍ରମିତ ଚହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରେ କୋଭିଡ଼୍ ଯୋଦ୍ଧା  ୪୦ ଜଣ, ରାଜ୍ୟ ବାହାର ସ˚କ୍ରମିତ ୪ଜଣ ଓ ପିଜିଟିଭ୍‌ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତ ୬୦୧ ଜଣ ରହିଛନ୍ତି।
ଆଜି ଚିହ୍ନଟ ୩୧୮ଜଣ ସ˚କ୍ରମିତଙ୍କ ମଧ୍ୟରେ ୧୯ଜଣ କୋଭିଡ଼୍ ଯୋଦ୍ଧା, ୨ଜଣ ରାଜ୍ୟ ବାହାର ସ˚କ୍ରମିତ ଓ ୨୯୭ଜଣ ପଜିଟିଭ ସ˚ସ୍ପର୍ଶରେ ଆସି ସ˚କ୍ରମିତ ରହିଛନ୍ତି।ଆଜି ସ˚କ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବେଲଗୁଣ୍ଠାର ଜଣେ, ବ୍ରହ୍ମପୁର ମହାନଗରର ୬ଜଣ, ଛତ୍ରପୁରର ୪ଜଣ, ଭଞ୍ଜନ, ଚିକିଟି ଓ ଖଲ୍ଲିକୋଟର ଜଣେ ଲେଖାଏଁ, ରଙ୍ଗେଇଲୁଣ୍ତାର ୩ଜଣ ଓ ସୋରଡ଼ାର ୨ଜଣ ରହିଛନ୍ତି। ସେହିପରି ରାଜ୍ୟ ବାହାରୁଆସି ସ˚କ୍ରମିତଙ୍କ ମଧ୍ୟରେ ବେଲଗୁଣ୍ଠାର ୨ଜଣ ରହିଛନ୍ତି। ପଜିଟିଭ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତଙ୍କ ମଧ୍ୟରେ ଧରାକୋଟ, ଆସିକା, ଶେରଗଡ଼ ଓ ବେଲଗୁଣ୍ଠାର ୨ଜଣ ଲେଖାଏଁ, ବେଗୁନିଆପଡ଼ାର ୮ଜଣ, ବ୍ରହ୍ମପୁର ମହାନଗର ଅଞ୍ଚଳର ୬୦ଜଣ, ଭଞ୍ଜନଗରର ୧୬ଜଣ, କବିସୂର୍ଯ୍ୟନଗର, ପୋଲସରା,  ବୁଗୁଡ଼ା ଓ ହିଞ୍ଜଳିକାଟୁ ର ୩ଜଣ ଲେଖାଏଁ, ଛତ୍ରପୁରର ୧୦ଜଣ, ଚିକିଟିର ୨୬ଜଣ, ଦିଗପହଣ୍ତିର ୫ଜଣ, ଗଞ୍ଜାମର ୧୩ଜଣ,ଜଗନ୍ନାଥ ପ୍ରସାଦ ୧୭ଜଣ, ଖଲ୍ଲିକୋଟର ୧୨ଜଣ, କୁକୁଡ଼ାଖଣ୍ତିର ୧୮ଜଣ, ପାତ୍ରପୁରର ୪୩ଜଣ, ପୁରୁଷୋତ୍ତମପୁରର ୧୧ଜଣ, ରଙ୍ଗେଇଲୁଣ୍ତାର ୧୬ଜଣ, ସାନଖେମୁଣ୍ତିର ଜଣେ ଓ ସୋରଡ଼ାର ୧୯ଜଣ ରହିଛନ୍ତି। ଅନ୍ୟାନ ଅଞ୍ଚଳର ୨ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର