ଆକାଶ ମହୁରିଆ ହତ୍ୟା ମାମଲା: କୋରାପୁଟରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ

କୋରାପୁଟ: ୨୦୧୭ ମସିହା ଆକାଶ ମହୁରିଆଙ୍କୁ ହତ୍ୟା କରି ବାଇକ ଦୁର୍ଘଟଣାର ରୂପ ଦେବା ଏବଂ ତାଙ୍କ ଭାଇ ଜିତ ମହୁରିଆଙ୍କୁ ବେଆଇନ ଭାବେ ରଖିବା ଘଟଣାରେ ଆଜି କ୍ରାଇମବ୍ରାଞ୍ଜର ତିନିଜଣିଆ ଟିମ କୋରାପୁଟ ଗସ୍ତରେ ରହିଛନ୍ତି। ଡିଏସପି ଶରତ ସାହୁ, ଆଶିଷ ଦେବ ସାହୁ ଓ ଡିପି ମିଶ୍ର ପ୍ରମୁଖ ଆଜି‌ କୋରାପୁଟ ଏସଏଲଏନ ମେଡିକାଲ କଲେଜର ଶବବ୍ୟବଚ୍ଛେଦ ଗୃହରେ ପହଞ୍ଚି ତନାଘନା କରିଛନ୍ତି। ଦୀର୍ଘ ଦୁଇ ଘଣ୍ଟା ଧରି ଏହି ଟିମ ତନାଘନା‌ କରିଥିବାବେଳେ ଜୟପୁରକୁ ଯାଇ ତନଘନା କରିବାର ଯୋଜନା ରହିଛି।

Sambad

ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତତ୍କାଳୀନ ଜୟପୁର ଟାଉନ ଥାନା ଆଇଆଇସି ତପନ ନାରାୟଣ ରଥ, ସବଇନ୍ସପେକ୍ଟର ଶିବଶଙ୍କର ସାହୁ, ରାଜେଶ ବଳିୟାରସିଂହ, ଓ ଏସଡିପିଓ ରାଜେନ୍ଦ୍ର କୁମାର ସେନାପତି ନାମରେ ଅପରାଧିକ ମାମଲା ରଜୁହୋଇଛି। ସୂଚନାଯୋଗ୍ୟ, ଗତ ୨୦୧୭ ମସିହାରେ ଆକାଶ ମହୁରିଆଙ୍କୁ ହତ୍ୟା କରି ବାଇକ ଦୁର୍ଘଟଣାର ରୁପ ଦେବା ଏବଂ ତାଙ୍କ ଭାଇ ଜିତ ମହୁରିଆଙ୍କୁ ବେଆଇନ ଭାବେ ଜୟପୁର ଟାଉନଥାନାରେ ୫ଦିନ ଅଟକ ରଖିଥିବାକୁ ନେଇ ତାଙ୍କ ପରିବାରବର୍ଗ ପକ୍ଷରୁ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର