କଟକରେ ୪ ବ୍ରିଟେନ୍‌ ଫେରନ୍ତାଙ୍କ କରାଗଲା କୋଭିଡ଼ ପରୀକ୍ଷା

କଟକ: ବ୍ରି‌ଟେନ୍‌ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ କଟକ ସହରରୁ ୪ ଜଣ ଅଛନ୍ତି। ଏମାନେ ସହରର ବିବେକାନନ୍ଦ ଲେନ୍‌, ମହାନଦୀବିହାର, ସିଡ଼ିଏ ଓ ଜଗତପୁର ଥାନା ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି।  ଆଜି ଏହି ୪ ଜଣ ବ୍ରିଟେନ୍ ଫେରନ୍ତାଙ୍କ କୋଭିଡ଼ ପରୀକ୍ଷା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି। ଗାଇଡଲାଇନ୍ ଅନୁସାରେ ସେମାନଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ଜେନମ୍ ସିକ୍ବେଏନସିଂ ଲାଗି ପଠାଯିବ। ସୂତ୍ର ଅନୁସାରେ, କଟକ ସହରର ସମସ୍ତ ବ୍ରିଟେନ୍ ଫେରନ୍ତା ସଙ୍ଗରୋଧରେ ଅଛନ୍ତି ଏବଂ ସେମାନଙ୍କ ଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନାହିଁ।

ସୂଚନା ‌ଅନୁଯାୟୀ, କଟକ ସହରରରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଏବେ ବ୍ରିଟେନ୍‌ରୁ ଫେରିଥିବା ୪ ପ୍ରବାସୀଙ୍କ ପାଇଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ସେମାନଙ୍କୁ ଆଜି ଚିହ୍ନଟ କରାଯାଇ ସେମାନଙ୍କର କୋଭିଡ଼ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର